ଭୁବନେଶ୍ୱର, ୬ ନଭେମ୍ବର – ଆଜି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ଧାମନଗର ଉପନିର୍ବାଚନରେ ବିଜେଡିର ପ୍ରାର୍ଥନୀ ଅବନ୍ତୀ ଦାସଙ୍କୁ ମାତ୍ ଦେଇ ବିଜେପିର ସୂର୍ଯ୍ୟବଂଶୀ ସୁରଜ ୯୮୦୨ ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛନ୍ତି । ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୩ୟ ସ୍ଥାନରେ ରହିଥିବାବେଳେ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ୪ର୍ଥ ସ୍ଥାନରେ ରହିଛନ୍ତି । ଆଜି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୮ ଘଟିକାରୁ ଭଦ୍ରକ ସଂସ୍କୃତି ଭବନରେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଜେପିର ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଥିବାବେଳେ ସପ୍ତମ ରାଉଣ୍ଡ ଗଣତି ପର୍ଯ୍ୟନ୍ତ ମଧ୍ୟ ଆଗୁଆ ରହିଥିଲେ । ପରେ ନବମ ଓ ଦଶମ ରାଉଣ୍ଡରେ ବିଜେଡି ଅଳ୍ପ ବ୍ୟବଧାନରେ ଲିଡ୍ ଦେଇଥିଲା । ପରେ ୧୧ ରାଉଣ୍ଡ ଠାରୁ ୧୮ ରାଉଣ୍ଡ ପର୍ଯ୍ୟନ୍ତ ବିଜେପି ଆଗୁଆ ରହି ଏହି ଐତିହାସିକ ବିଜୟୀ ହାସଲ କରିଛି । ଏହି ଧାମନଗର ଉପନିର୍ବାଚନରେ ମୋଟ ୧ ଲକ୍ଷ ୬୩ ହଜାର ୧୬୪ ଖଣ୍ଡ ଭୋଟ୍ରୁ ବିଜେପିର ସୂର୍ଯ୍ୟବଂଶୀ ସୂରଜ ୮୦ ହଜାର ୯୦ ଖଣ୍ଡ ଭୋଟ୍ ପାଇ ପ୍ରଥମ ହୋଇଥିବାବେଳେ ବିଜେଡିର ଅବନ୍ତୀ ଦାସ ୭୦ ହଜାର ୨୮୮ ଭୋଟ୍ ପାଇ ୨ୟ, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮ ହଜାର ୧୨୨ ଭୋଟ୍ ପାଇ ତୃତୀୟ, କଂଗ୍ରେସର ବାବା ହରେକୃଷ୍ଣ ସେଠୀ ୩ ହଜାର ୫୩୩ ଭୋଟ ପାଇ ୪ର୍ଥ ସ୍ଥାନରେ ରହି ତାର ସ ।
ହରାଇଛି, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୪୮୨ ଖଣ୍ଡ ଭୋଟ୍ ପାଇ ପ ମ ସ୍ଥାନରେ ରହିôବାବେଳେ ନୋଟାରେ ୬୪୯ ଖଣ୍ଡ ଭୋଟ୍ ପଡିଛି । । ଭଦ୍ରକରେ ବିଜେପି କର୍ମୀମାନେ ଏହି ବିଜୟ ଉତ୍ସବକୁ ବାଣ ଫୁଟାଇ ବାଜା ବଜାଇ ସୂର୍ଯ୍ୟବଂଶୀ ସୁରଜଙ୍କୁ କାନ୍ଧରେ ବସାଇ ପାଳୁଥିବାବେଳେ ସାରା ରାଜ୍ୟରେ ଏହାର ମାହୌଲ ମଧ୍ୟ ଦେଖିବାକୁ ମିଳିଛି । ଏ ବିଜୟ ଧର୍ମର ବିଜୟ । ଧାମନଗରବାସୀ ମୋତେ ନେତା ନୁହେଁ ପୁଅ ବୋଲି ଭାବି ଆଶୀର୍ବାଦ କରିଥିବାରୁ ଏ ବିଜୟ ସମ୍ଭବ ହୋଇପାରିଛି । ଏଣୁ ଏହି ବିଜୟ ଏକା ମୋର ନୁହେଁ, ଏହା ଧାମନଗରବାସୀଙ୍କର ବୋଲି ବିଜୟୀ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ । ଧାମନଗରବାସୀ ତାଙ୍କ ଦିବଂଗତ ପିତାଙ୍କୁ ସେବା କରିବା ପାଇଁ ସୁଯୋଗ ଦେଇଥିଲେ । ଏବଂ ତାଙ୍କୁ ପୁଣିଥରେ ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ସମସ୍ତ ଧାମନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।