ଗଞ୍ଜାମ, ବ୍ରହ୍ମପୁର ଏମକେସିଜି ମେଡିକାଲ ବର୍ହି ବିଭାଗ (ଓପିଡି)ର ପ୍ରତି ବିଭାଗରେ ବାର ଅନୁଯାୟୀ ପ୍ରଫେସର, ଏସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଡ ପ୍ରଫେସର, ଏସ.ଆର, ପି.ଜି. ଡାକ୍ତର ମାନଙ୍କର ଡ଼ିଉଟି ରହୁଛି। ସେମାନେ ସମ୍ପୂର୍ଣ୍ଣ ସମୟ ଉପସ୍ଥିତ ରହି ରୋଗୀମାନଙ୍କ ସେବା ଦେଲେ ବହୁ ଦୂର ଦୁରାନ୍ତରୁ ଆସୁଥିବା ରୋଗୀ ମାନେ ଉପଯୁକ୍ତ ଚିକିତ୍ସା ସେବା ପାଇପାରନ୍ତେ, କିନ୍ତୁ ଏହାର ଅଭାବ ପରିଲକ୍ଷିତ ହେଉଛି। ଏପରିକି କେତେକ ବିଭାଗରେ ପୂର୍ବାହ୍ନ ୯ଟା ଠାରୁ ଅପରାହ୍ନ ୫ଟା ପଯ୍ୟନ୍ତ ରୋଗୀ ଅପେକ୍ଷା କଲେ ମଧ୍ୟ ଅନେକ ସମୟରେ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। ବିଭାଗୀୟ ମନ୍ତ୍ରୀ ଏ ଦିଗରେ ଦୃଷ୍ଟିଦେବା ସହ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
Related Stories
May 19, 2024