
ଭଦ୍ରକ- କେନ୍ଦ୍ର ଓ ରାଜ୍ୟସରକାରଙ୍କ ଜନମାରଣ ନିତୀ ବିରୋଧରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଏକ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ହଜାର ହଜାର ଦଳୀୟ କର୍ମୀ ଜିଲ୍ଲା କଂଗ୍ରେସ ଭବନରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସେଠାରେ ଏକ ପ୍ରତିବାଦ ସଭା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ବରିଷ୍ଠ ନେତା େଯାଗଦେଇ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ସମେତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଗତକିଛି ବର୍ଷ ମଧ୍ଯରେ କେନ୍ଦ୍ରରେ ଏନଡ଼ିଏ ପରିଚାଳିତ ମୋଦିଙ୍କ ସରକାର ଅମଳରେ ଅର୍ଥନିତୀ ନିମ୍ନଗାମୀ ହେବାରେ ଲାଗିଛି। ଦେଶରେ ଜିଡ଼ିପି ହାର ୫ପ୍ରତିଶତ ରହିଛି। ଯାହାକି ଗତ ୧୫ ବର୍ଷ ମଧ୍ଯରେ ସବୁଠାରୁ କମ୍। ଋଣଭାର ବଢ଼ି ଚାଲିଥିବାବେଳେ, ସବୁ କ୍ଷେତ୍ରରେ ନିଅଁଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲୋକଙ୍କ କ୍ରୟଶକ୍ତି କମିବାରେ ଲାଗିଛି। ଫଳରେ ବେକାରୀସମସ୍ୟା ବଢ଼ିବାରେ ଲାଗିଛି। ପିଆଜ, ଆଳୁ, ଟମାଟୋ ପରି ଅତ୍ୟାବଶକୀୟ ସମାଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଛି। ଏଥି ସହ ତୈଳଦର ମଧ୍ଯ ଆନ୍ର୍ତଜାତିକ ବଜାରରେ କମ୍ ଥାଇ ମଧ୍ଯ ଭାରତରେ ଏହା ଲୋକଙ୍କ ମୁଣ୍ଡବିନ୍ଧାର କାରଣ ହେଲାଣି ବୋଲି ନେତୃମଣ୍ଡଳୀ ମତବ୍ୟକ୍ତ କରିଥିଲେ। କୃଷି କ୍ଷେତ୍ରରେ ନିଦ୍ର୍ଧିଷ୍ଟ ନୀତ ନଥିବା କାରଣରୁ କୃଷିଜାତ ଉପôାଦର ମୂଲ୍ୟ କମିବାରେ ଲାଗିଛି। ଫଳରେ ଋଣଗ୍ରସ୍ତ କୃଷକ ନିଜର ଉପôାଦିତ ଶସ୍ୟ ବିକ୍ରି କରିନପାରି ବାଧ୍ଯ ହୋଇ ଆତ୍ମହତ୍ୟା କରୁଛି। ଅପରପକ୍ଷରେ ଗତ ୧୯ବର୍ଷ ଧରି ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ସରକାର କୃଷକଙ୍କ ସ୍ବାର୍ଥ ପ୍ରତି ଆଖô ବୁଜି ଦେଇଥିବା ନେତାମାନେ ଅଭିେଯାଗ କରିଛନ୍ତି। ଗତବର୍ଷ ଓ ଚଳିତ ବର୍ଷ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ଋଣ ଛାଡ଼ କରିବା, ବୁଲବୁଲ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି କ୍ଷତିପୂରଣ ପ୍ରଦାନ, ଜିଲ୍ଲାର ଚାଳ ଛପର ଘରଥିବା ବାସ୍ତବ ହିତାଧିକାରୀଙ୍କୁ ପ୍ରଧାନମନ୍ରୀ ଅବାସ େଯାଜନାରେ ଗୃହ େଯାଗାଣ କରିବାକୁ ଦଳ ଦାବି କରିଛି। ଏହି ପ୍ରତିବାଦ ସଭାରେ ଦଳର ବରିଷ୍ଠ ନେତା ତଥା ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପ୍ରାକ୍ତନ ମନ୍ରୀ ଜଗନ୍ନାଥ ରାଉତ୍, ଜିଲ୍ଲା ପର୍ଯ୍ୟବେକ୍ଷକ ଉମାବଲ୍ଳଭ ରଥ, ଲୋକସଭାସ୍ତରୀୟ ନେତ୍ରୀ ମଧୁସ୍ମିତା ସେଠୀ, ରାଜ୍ୟ ସµାଦକ ଦେବରୂପ ମହାନ୍ତି, ନିର୍ବାଚନମଣ୍ଡଳୀସ୍ତରୀୟ ନେତା ନଳିନୀ ମହାନ୍ତି, ବିଦ୍ୟାଧର ସେଠୀ, ସୁବ୍ରତ ଦାସ, ଦିଗମ୍ବର ଦାସ ପ୍ରମୁଖ ବକ୍ତବ୍ୟ ରଖô କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଜିଲ୍ଲା ମହିଳା ସଭାନେତ୍ରୀ ସବିତା ଚନ୍ଦ, ବ୍ଳକ ସଭାପତି ପ୍ରଫୁଲ୍ଲ ସାମଲ, ବିକାଶ ସାମଲ, ଆଶିଶ ରାଉତ୍, ଶିବପ୍ରସାଦ ମହାନ୍ତି, ଅବଦୁଲ ମୋକିଦ ଖାଁ, ଅଶ୍ରଫ ଅଲ୍ଲୀ ଖାଁ, ଦିଲ୍ଲୀପ ନାୟକ, ଦେବେନ୍ଦ୍ର ମହାନ୍ତି, ରିମା ସ୍ବାଇଁ, ଭକ୍ତ ପଟ୍ଟନାୟକ, ସେକ ବୁଗଦାଦ, ସେକ ଜଫିରୁଦ୍ଧିନ, ଛାତ୍ର କଂଗ୍ରେସର ରାଜ୍ୟ ସଂେଯାଜକ ଅଭିଳାଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ।