ଭଦ୍ରକ- ଏହି ଜିଲାର ତିହିଡି ବ୍ଲକ୍ ଶ୍ୟାମସୁନ୍ଦରପୁର ପଂଚାୟତ ଅଧୀନରେ ଥିବା ତଳଦୁମୁକା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଶିଶୁଦିବସରେ ମଧ୍ଯାହ୍ନ ଭୋଜନ ବନ୍ଦ ଥାଇ ପିଲାମାନଙ୍କୁ ଚକୋଲେଟ୍ ଦେଇ ସରକାରୀ ଖାତାରେ ୧୬୨ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରହିଥିବା ନେଇ ଆଗତ ଅଭିେଯାଗରେ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସିଆରସିସି ସୁଧୀର କୁମାର ସାମଲ ବିଦ୍ୟାଳୟରେ ପହô ଛାତ୍ରଛାତ୍ରୀ, ପରିଚାଳନା କମିଟି ସଭାପତି ଓ ଅଭିଭାବକଙ୍କୁ ଭେଟି ତଦନ୍ତ କରିଛନ୍ତି। ଏହି ତଦନ୍ତ ସମୟରେ ପ୍ରଧାନ ଶିକ୍ଷକଙ୍କ ସହିତ ପରିଚାଳନା କମିଟି ସଭାପତି ବୈଲୋଚନ ନାୟକ, ସଂଜୟ ନାୟକ, ଦୁଃଶାସନ ନାୟକ, ମଙ୍ଗରାଜ ଖôଲାର, କନକମଣି ଦାସ, ପଦ୍ମିନୀ ମଳିକ, ରମାମଣି ଖôଲାର, ଉର୍ମିଳା ବାରିକ, ମିନାକ୍ଷୀ ନାୟକ ଓ ସସ୍ମିତା ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ତଦନ୍ତ ସମୟରେ ଯାହା ଜଣାଯାଇଥିଲା ଶିଶୁ ଦିବସରେ ଏହି ବିଦ୍ୟାଳୟ ସମେତ ପାଖରେ ଥିବା ହାଇସ୍କୁଲ ପିଲାମାନେ ଏକସଂଗେ ସାମିଲ ହୋଇ ସଭାରେ ଉପସ୍ଥିତ ଥିଲେ। ସଂଖ୍ୟାଧିକ ପିଲାମାନଙ୍କୁ ସରକାରୀ ମଧ୍ଯାହ୍ନ ଭୋଜନ େଯାଗାଇଦେବା ସମ୍ଭବ ହୋଇନଥିବାରୁ ପରିଚାଳନା କମିଟି ନିଷ୍ପି କ୍ରମେ ଉକ୍ତ ବିଦ୍ୟାଳୟର ୧୬୨ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ଯାହ୍ନ ଭୋଜନ ବଦଳରେ ଚକୋଲେଟ୍ ଓ ବିସ୍କୁଟ ପ୍ରଦାନ କରାଯାଇଥିଲା। ଏଥିନେଇ ସିଆରସିସି ଛାତ୍ରଛାତ୍ରୀଙ୍କ ଠାରୁ ମଧ୍ଯ ବୟାନ ସଂଗ୍ରହ କରିଥିଲେ। ତେବେ କେଉଁ କାରଣ ଓ ପରିସ୍ଥିତିରେ ଏଭଳି କରାଯାଇଥିଲା, ତାହାର କାରଣ ବ୍ଲକ୍ ଶିକ୍ଷାବିଭାଗ ଖୋଜୁଛି। ଅନ୍ୟପଟେ ମଧ୍ଯାହ୍ନ ଭୋଜନ ଚାଉଳ ସରିଯାଇଥିବା ଏବଂ ମାସିକ ଟଙ୍କା ନଥିବାରୁ ମଧ୍ଯାହ୍ନ ଭୋଜନ ସମ୍ଭବ ହୋଇପାରିନଥିବା ବିଷୟ ଜଣାପଡିଛି। ଏବଂ ପରିଚାଳନା କମିଟି ନିଷ୍ପି କ୍ରମେ ଉକ୍ତ ପଦକ୍ଷେପ ନିଆଯାଇଥିବା ବିଷୟ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା ବୋଲି ପ୍ରଧାନ ଶିକ୍ଷକ ସେକ୍ ସୋଏବ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏଠାରେ ସୂଚନାେଯାଗ୍ୟ ପିଲାଙ୍କୁ ଚକୋଲେଟ୍ ଓ ବିସ୍କୁଟ ଦିଆଯାଇଥିବା ବିଷୟ କେତେକ ଅଭିଭାବକ ଅଭିେଯାଗ କରିବା ପରେ ମଧ୍ଯାହ୍ନ ଭୋଜନରେ ଦୁର୍ନୀତି ହେଉଥିବାର ସନ୍ଦେହ ବଳବ ରହିଥିଲା। ଏଣୁ ଏହି ଘଟଣାର ବିହିତ ପଦକ୍ଷେପ ଲାଗି ମାଳତୀ ଖôଲାର, ସୁନୀତା ଖôଲାର, ଉମାକାନ୍ତ ଦାସ, ତୁଳସୀ ଖôଲାର, ସୁକାନ୍ତି ଖôଲାର, ତରୁଲତା ସାମଲ, ଛବିରାଣୀ ବେହେରା, ଲକ୍ଷ୍ମୀପ୍ରିୟା ବାରିକ, କବିତା ଖôଲାର, ଧନେଶ୍ବର ଖôଲାର ଓ ନନ୍ଦକିଶୋର ଖôଲାର ପ୍ରମୁଖ ଅଭିେଯାଗ କରିଥିଲେ। ଯାହାକୁ ନେଇ ବ୍ଲକ୍ ଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛି।
Related Stories
November 24, 2024
November 24, 2024