![](https://indokalingtimes.com/wp-content/uploads/2022/11/WhatsApp-Image-2022-11-04-at-10.42.50-PM-1024x768.jpeg)
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ସହରରେ ବିଦ୍ୟୁତ ସମସ୍ୟା ନେଇ ଓକିଲ ସଂଘର କର୍ମକର୍ତ୍ତା ଓ ଟାଟା ପାୱରର ଅଧିକାରୀଙ୍କ ସହ ରେଡକ୍ରସ ରୋଡ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି |
ଟାଟା ପାୱରର ମନଇଛା ଗ୍ରାହକ ଘରେ ବସି ନୂଆ ମିଟର ବସାଇବା, ବାଇପାସ ନାଁ ରେ ଲୋକଙ୍କ ଉପରେ ଫାଇନ ଆଦାୟ କରିବା, ଅଧିକ ଫାଇନ ପକେଇବା, ହଠାତ ଲାଇନ କାଟି ଦେବା ସହ ବିଭିନ୍ନ ବିଦ୍ୟୁତ ସମସ୍ୟା ନେଇ ଆଲୋଚନା ହୋଇଯାଇଛି |
ଆଗାମୀ ଦିନରେ ବିନା ନୋଟିସରେ କାହାର ଲାଇନ ନ କାଟିବା , ଯାହାର ବିଦ୍ୟୁତ ବିଲ ବାକି ଅଛି କିସ୍ତି ଅନୁସାରେ ସୁଝିବା , ନୂଆ ମିଟର ବସେଇବା ପୂର୍ଵ ରୁ ମିଟର ଟେଷ୍ଟିଙ୍ଗ ରିପୋର୍ଟ ଦେବା ସହିତ ଅନଲାଇନ ଅଭିଯୋଗ ସହ ଅଫ ଲାଇନ ଅଭିଯୋଗ ଗହଣ କରିବା ନେଇ ସ୍ଥିର ହୋଇଛି |
ଉକ୍ତ ଆଲୋଚନାରେ ଓକିଲ ସଂଘ ସମ୍ପାଦକ ବିଭୁତି ଶଙ୍କର ତ୍ରିପାଠୀ, ଉପସଭାପତି କାଳୀ ପ୍ରସାଦ ନାୟକ, କାର୍ଯ୍ୟକାରୀ ସଦସ୍ୟ ଅନିଲ୍ କୁମାର ସାହୁ, ଭାଗବତ ପଟ୍ଟନାୟକ, ବିଶ୍ୱଜିତ ପ୍ରଧାନ,ଶରତ ରାୟଗୁରୁ, ମାନସ ରଞ୍ଜନ ଶତପଥି, କୂଳମଣି ବେହେରା,
ପୁରୀ ଜ଼ିଲ୍ଲା ଟାଟା ପାୱାରର Executive Engineer ସ୍ମୃତି ରଞ୍ଜନ ସ୍ୱାଇଁ, ଟାଟା ପାୱାରର ମୁଖ୍ୟ କାଯ୍ୟନିର୍ବାହ ଅଧିକାରୀ
ଅମୀୟ କୁମାର ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ |