
ଭୁବନେଶ୍ବର : ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁଥିବା ଦୋହା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ଭାରତର ୨୫ଜଣିଆ ଟିମରେ ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ସ୍ଥାନ ପାଇଛନ୍ତି। ଖୋଦ୍ ଦୂତୀ ଟ୍ୱିଟର୍ ଜରିଆରେ ଏହି ସୂଚନା ଦେଇଛନ୍ତି। ଦୂତୀ ୱାର୍ଲ୍ଡ ଚାମ୍ପିୟନଶିପର ୧୦୦ ମିଟର ଦୌଡ଼ରେ ଭାଗ ନେବେ।
ଦୂତୀ ଚଳିତ ବର୍ଷ ନେପୋଲିରେ ଆୟୋଜିତ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ନିର୍ଦ୍ଧାରିତ ଦୂରତାକୁ ମାତ୍ର ୧୧.୩୨ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ଅର୍ଜନ କରିଥିଲେ। ତାଙ୍କ ନାଁରେ ୧୦୦ ମିଟର୍ ଦୌଡ଼କୁ ୧୧.୨୪ ସେକେଣ୍ଡରେ ଅତିକ୍ରମ କରିବାର ଜାତୀୟ ରେକର୍ଡ ରହିଛି।