ଗଂଜାମ – ବଡ଼ଥାନା ଖଜୁରୀପଦା ଗ୍ରାମ ନିକଟରେ ପ୍ରାୟ ୫୦ ଏକର ଗଂଜେଇ ଚାଷ ନଷ୍ଟ କରିବାକୁ ବଡ଼ଗଡ଼ ପୁଲିସ ଓ ଧରାକୋଟ ପୁଲିସ ସହ ଅବକାରୀ ବିଭାଗ ନଷ୍ଟ କରିବାକୁ ଯାଇଥିଲେ । ଏହାକୁ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ କରିବା ସହ ପୁଲସ ସହ ଯୁକ୍ତିତର୍କ ସହ କଥା କଟାକଟି ଓ ଉତେଜନା ପରିସ୍ଥିତି ସୃଷ୍ଟି ହେବା ଫଳରେ ଗଂଜାମ ଏସ.ଡି.ପି.ଓ ଏବଂ ଆସିକା ଏସ.ଡି.ପି.ଓ ତିନି ପ୍ଲାଟୁନ ଫୋର୍ସ ମୂତନ କରି ଘଟଣାସ୍ଥଳରେ ରହିଛନ୍ତି । ଲୋକଙ୍କ ଯୁକ୍ତି ହେଲା ଗାଁ ଗାଁରେ ସରକାର ମଦ ଦୋକାନ ଖୋଲୁଥିବା ବେଳେ ଅବକାରୀ ବିଭାଗ ଓ ପୁଲିସ କାହିଁକି ଗଂଜେଇ ଚାଷ ନଷ୍ଟ କରୁଛନ୍ତି । ଏହାକୁ ନେଇ ଜନସାଧାରଣ ଓ ପୁଲିସ ମଧ୍ୟରେ ବାକବିତଣ୍ଡା ଲାଗି ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।
Related Stories
November 24, 2024
November 24, 2024