ଭୁବନେଶ୍ୱର – ଆଜି ପୂର୍ବାହ୍ନ ୯.୦୦ ସମୟରେ ଉକ୍ରଳ ସମ୍ମିଳନୀ ପକ୍ଷରୁ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଜନ୍ମଦିବସ ଅବସରରେ କଳିଙ୍ଗ ଡାକ୍ତରଖାନା ଛକସ୍ଥିତ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ଉକ୍ରଳ ସମ୍ମିଳନୀ ମଂଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସହିଦ୍ ଲକ୍ଷ୍ମଣ ନାୟକଙ୍କ ଗୁଣଗାନ କରିବା ସହିତ ବରପୁତ୍ରମାନଙ୍କ ପ୍ରତିମୂର୍ତିର ରକ୍ଷଣାବେକ୍ଷଣ ୁପରେ ରାଜ୍ୟ ସଂସ୍କୃତି ବିଭାଗ ଧ୍ୟାନ ଦେବା ପାଇଁ ଦାବି କରିଥିଲେ । ଫନି ବାତ୍ୟା ହେବାର ଛଅମାସ ବିତିଯାଇଥିଲେ ମଧ୍ୟ ସହିଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତିରେ ଓ ଏହି ସ୍ଥାନରେ ତା’ର ସବୁ ଏଭଳି ଅବସ୍ଥାରେ ଗୋଡ଼େଇ ହୋଇପଡ଼ିଛି, ତାହା ବରପୁତ୍ରମାନଙ୍କୁ ଅପମାନ ସଦୃଶ । ତେଣୁ ଏହି ତାର ଅତିଶୀଘ୍ର ସେଠାରୁ ହଟାଇବା ପାଇଁ ସମସ୍ତ କର୍ମକର୍ତା ଓ ସଦସ୍ୟ ସଦସ୍ୟା ଦାବି କରିଥିଲେ । ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଶାଖା ଉପ ସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ଯୁଗ୍ମ ସମ୍ପାଦକ ଅଶୋକ କୁମାର ପାଲଟାସିଂ, ମହେଶ୍ୱର ବିଶ୍ୱାଳ, ବାସନ୍ତୀ ତ୍ରିପାଠୀ, ପ୍ରସନ୍ନ ରଥ, ନିରଞ୍ଜନ ପାତ୍ର, ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ, ଅକ୍ଷୟ କୁମାର ଜେଠୀ ଓ ପ୍ରକାଶ କୁମାର ସାମଲ ପ୍ରମୁଖ ଭାଗନେଇ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ପରିଶେଷରେ ବନ୍ଦେ ଉକ୍ରଳ ଜନନୀ, ସହିଦ୍ ଲକ୍ଷ୍ମଣ ନାୟକ- ଅମର ରୁହ, ଭଳି ସ୍ଲୋଗାନ ପରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
Related Stories
November 24, 2024
November 24, 2024