
ଜଗନ୍ନାଥ ପ୍ରସାପ୍ରସାଦ1 ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକର 21 ନମ୍ବର ଜାତିୟ ରାଜପଥ କଡରେ ଥିବା ବଜରଙ୍ଗ ବାଲି ଆଶ୍ରମ ମଧ୍ୟରେ ଥିବା ଶ୍ରୀ ରାମ ଜାନକୀ ଗୋ ଶାଳା ଠାରେ ଆଜି ସକାଳ 9.30 ସମୟରେ ଗୋଷ୍ଟା ଷ୍ଟମୀ ପାଳିତ ହୋଇଛି ସେଠାରେ ବହୁ ଭକ୍ତ ଙ୍କ ସହାୟତା ରେ 70ଗୋଟି ଗୋ ମାତା ଙ୍କୁ ସ୍ନାନ କରି ହଳଦୀ, ସିନ୍ଦୁର, ରଙ୍ଗ କପଡା ବାନ୍ଧି ପୂଜା ଅର୍ଚନା ଅନୁଷ୍ଠିତ ହୋଇଛି ସେହି ଅନୁଷ୍ଠାନ ଆଜକୁ ପ୍ରାୟ 1914 ମାସିଆ ଠାରୁ ଏଇ ମନ୍ଦିର ଏବଂ ଗୋ ଆଶ୍ରମ ଚାଲିଛି ଏଠି ପ୍ରାୟ 70ରୁ ଉର୍ଦ୍ଧ ଗୋ ମାତା ରହିଛନ୍ତି |ସେମାନଙ୍କ ସେବାକରିବାକୁ ସୀତା ଦାସୀ ନାମକ ଜଣେ ମାତାଜୀ ମୁଣ୍ଡରେ ସୁନ୍ଦର ଜଟର ପଗଡି ବାନ୍ଧି ଗୋ ସେବା କରୁଛନ୍ତି | ପ୍ରତିଦିନ ପରି ଆଜି ମନ୍ଦିର ନନା ଶ୍ରୀ ହାଡୁବନ୍ଧୁ ଦାସ ଙ୍କ ସହାୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା ପ୍ରଥମେ ମହାପ୍ରଭୁ ଶ୍ରୀ ବଜରଙ୍ଗ ବାଲି ଙ୍କ ଆଳତି, ଏବଂ ଭୋଗ ଲାଗିଥିଲା ତାହାପରେ ଗୋ ମାତାଙ୍କୁ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା | ବାବା ସୀତାରାମ ଜୀଙ୍କ କର କମଳ ରେ ଏଇ ସୁନ୍ଦର ଆଶ୍ରମ ଗଢି ତୋଳିବାରେ ମୁଖ୍ୟ ଭୂମିକାସହିତ ମନ୍ଦିର କମିଟି ଙ୍କସହାୟତା ରେ ଅତି ସୁରୁଖୁରୁରେ ମନ୍ଦିର ଚାଲିଛି | ଗୋ ମାତାଙ୍କୁ କେହି ଯଦି ସାହାଯ୍ୟ କାଟିବାକୁ ଚାହାନ୍ତି | ସେ ଆସିବେ ବୋଲି ମହାରାଜସମସ୍ତ ଙ୍କୁ ଅନୁରୋଧ କରିଛନ୍ତି |
ରିପୋର୍ଟ – ଚିତ୍ତରଞ୍ଜନ ଗନ୍ତାୟତ.
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO