
ବେଲଗୁଣ୍ଠା, ଆଜି ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ପଂଚାୟତରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ମଙ୍ଗଳପୁର ପଂଚାୟତରେ ଦୁଇଟି ଅଙ୍ଗନୱାଡି କେନ୍ଦ୍ର ଉଦ୍ଘାଟନ କରିବା ସହ ବିଭିନ୍ନ ଗ୍ରାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପହଞ୍ଚାଇଥିଲେ I ଆଜି ବିଧାୟକ ଶ୍ରୀ ସ୍ଵାଇଁଙ୍କ ସହ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ତଥା ରାଜ୍ୟ ବିଜେଡ଼ି ସହସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ସରପଞ୍ଚ ତଥା ବ୍ଳକ୍ ବିଜେଡ଼ି ସଭାପତି ଏସ୍ ରାମେଶ୍ୱର ପାତ୍ର, ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ଆଯୋଧ୍ୟା ବେହେରା, ବିଭୁପାଦ ଜେନା,ସମିତିସଭ୍ୟା ରୁନିବାଳା ମଳିକ,ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ଛାତ୍ର ବିଜେଡ଼ି ରାଜ୍ୟ ସହସମ୍ପାଦକ ଜ୍ୟୋତିରଞ୍ଜନ ନାୟକ, ଆସିକା ସେଣ୍ଟ୍ରାଲ କୋପରଟିଭ ବ୍ୟାଙ୍କର ନଅ ନମ୍ବର୍ ଜୋନ୍ ନିର୍ଦ୍ଦେଶକ ସୁମନ୍ତ ବିଷୋୟୀ, ମଙ୍ଗଳପୁର ପଂଚାୟତ ଡ଼ିଜିଟାଲ ସମ୍ପାଦକ ମାଧବ ଆପଟ, ବେଲଗୁଣ୍ଠା ସେବା ସମବାୟ ସମିତି ସଭାପତି ସନ୍ତୋଷ ସୁବୁଦ୍ଧି ପ୍ରମୁଖ ପଦଯାତ୍ରାରେ ଯୋଗ ଦେଇ ବିଭିନ୍ନ ଗ୍ରାମକୁ ଯାଇଥିଲେ I ଆଜି ବିଧାୟକ ପ୍ରଥମେ ଜିଲିବା ଗ୍ରାମକୁ ଯାଇ ଜିଲିବାରେ ପଥପ୍ରାନ୍ତ ସଭା କରିବା ସହ ସେଠାରେ ଏକ ଅଙ୍ଗନୱାଡ଼ି ଗୃହକୁ ଉଦ୍ଘାଟନ କରିଥିଲେ I ପରେ ମଙ୍ଗଳପୁର,ଗୋଠଳି,ଉପରଭାଗ ଏବଂ ପାଟୁଳି ସାହି ଗ୍ରାମରେ ପଥପ୍ରାନ୍ତ ସଭା କରିବା ସହ ପଦଯାତ୍ରା କରିଥିଲେ I ପାଟୁଳିସାହିରେ ମଧ୍ୟ ଏକ ଅଙ୍ଗନୱାଡ଼ି କେନ୍ଦ୍ର ବିଧାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO