
ଜୟପୁର – ସରଗିଫୁଲ ୨୦୧୯ ର ଦ୍ୱିତିୟ ଦିବସରେ ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି । ଏଥିରେ ମାଲକାନଗିରି ଜିଲା ବିଭାଗୀୟ ବିଦ୍ୟାଳୟରୁ ଆସିଥିବା ୬ଟି ପ୍ରକଳ୍ପ ଓ କୋରାପୁଟ ଜିଲାର ୧୨ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଯେଉଁଥିରୁ ୬ଟି ପ୍ରକଳ୍ପ ରାଜ୍ୟସ୍ତରୀୟ ସରଗିଫୁଲକୁ ମନୋନୀତ ହୋଇଛନ୍ତି । ଏହି ବିଜ୍ଞାନ ମେଳାରେ ରତି କାନ୍ତ ଦାଶ, ଅଶିଷ କୁମାର ପାଢୀ ବିଚାରପତି ଭାବେ ପ୍ରକଳ୍ପ ଗୁଡିକୁ ମନୋନୀତ କରିଥିଲେ । ମଣ୍ଡଳ ସ୍ତରୀୟ ବଲିବଲ ପ୍ରତିଯୋଗିତା ରେ ମାଲକାନଗିରି ଜିଲାରୁ ଆସିଥିବା ବାଳକ ଓ ବାଳିକା ଟିମ ସହ କୋରାପୁଟ ଜିଲାର ବାଳକ ଓ ବାଳିକାର ମୁକାବିଲ ହୋଇଥିଲା । ଏଥିରୁ ଚାରୋଟି ଦଳକୁ ଆସନ୍ତା କାଲି ଫାଇନାଲ ମ୍ୟାଚ ଖୋଳିବା ପାଇଁ ମନୋନୀତ କରାଯାଇଛି । ଆଜିର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ରୁପେ ଅତିରିକ୍ତ ମୃତିକା ସଂରକ୍ଷଣ ଅଧିକାରି ମୋତି ଲାଲା ରାଓ, ସମ୍ମାନିତ ଅତିଥି ଭାବେ ଜିଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା, ଜିଲା ମଙ୍ଗଳ ଅଧିକାର ମଧୁସ୍ମିତା ମହାପାତ୍ର, ହରଡାପୁଟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ମିଶ୍ର ସମ୍ମାନିତ ଅତିଥି ରୁପେ ଯୋଗଦେଇଥିଲେ । କୋରାପୁଟ ମଣ୍ଡଳ ଶିକ୍ଷାଧିକାରି ପ୍ରଣକୃଷ୍ଣ ବେହେରା ସଭାପିତତ୍ୱ କରିଥିବା ବେଳେ ଆଜିର ଆକର୍ଷଣ ଦଳ ଗତ ନୃତ୍ୟ ଥିଲା । ଏଥିରେ ୨୯ ଟ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିବା ବେଳେ କାର୍ଯ୍ୟକ୍ରମକୁ ବିଜୟ ରଥ, କ୍ରାନ୍ତି ସିଂ, ନାରାୟଣ ମାଝୀ, ଏନ ରେଣୁକା ପରିଚାଳନା କରିଥିଲ ।