
-
ଥାନାରେ ଅଭିଯୋଗ ।
ଏହି ଘଟଣା ହେଉଛି ଜଗନ୍ନାଥପ୍ରସାଦ ନିତ୍ୟାନନ୍ଦ ପଣ୍ଡା ସରକାରୀ ବିଦ୍ୟାଳୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିଦ୍ୟାଳୟର ହତାମଧ୍ୟରେ ରହିଛି ବ୍ଲକ ଶିକ୍ଷାଆଧିକାରୀ ଙ୍କ କାର୍ଯ୍ୟାଳୟ । ସମସ୍ତଙ୍କ ଉପସ୍ଥିତି ରେ ଏଭଳି କାଣ୍ଡ କେମିତି ଘଟିଲା ଓ ଶିକ୍ଷକ ଜଣକ କିଭଳି ଏଭଳି ସାହସ କଲେ ଏହା ସାଧାରଣରେ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ ସ୍କୁଲ ପ୍ରଧାନ ଶିକ୍ଷକ ସୋମନାଥ ବେହେରା ଙ୍କୁ ବୁଝିବାରୁ ବୁଝିବାରୁ ସହକାରୀ ଶିକ୍ଷକ ଅରୁଣ କୁମାର ସେଠୀ ମାର୍ଚ୍ଚ ମାସରେ ଏହି ବିଦ୍ୟାଳୟରେ ଯୋଗ ଦେଇଛନ୍ତି ସେବେ ଠାରୁ ସେ ଉଭୟ ଛାତ୍ରଛାତ୍ରୀ ଓ ଷ୍ଟାଫ ଙ୍କୁ ମଧ୍ୟ ଠିକ ବ୍ୟବହାର କରୁନଥିବା ଏପରିକି ଝିଅ ମାନଙ୍କୁ ମଧ୍ୟ ଅଶ୍ଳୀଳ ବ୍ୟବହାର କରୁଥିବା ଅନେକ ବାର ତାଙ୍କ ନିକଟକୁ ଅଭିଯୋଗ ଆସିଥିବା ସେ ଜଣାଇଛନ୍ତି ।
ଆଜି ନବମ କ୍ଳାସ ର ପରୀକ୍ଷା ପାଇଁ ଅନ୍ୟ ଷ୍ଟାଫ ମାନେ ବ୍ୟସ୍ଥ ଥିବାବେଳେ ସେ ଏଭଳି କାଣ୍ଡ ଭିଆଇ ଛନ୍ତି । ଶିକ୍ଷକ ଙ୍କ ଏଭଳି ବ୍ୟବହାର ରେ ଅଭିଭାବକ ମାନେ ମଧ୍ୟ ତାତିଛନ୍ତି କିଛି ଅଭିଭାବକ ଜଗନ୍ନାଥପ୍ରସାଦ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ପ୍ରଧାନ ଶିକ୍ଷକ ତାଙ୍କୁ ନେଇ ଥାନାକୁ ଯିବାପାଇଁ ଡ଼କାଯାଇଥିବା ସେ ଜଣାଇଛନ୍ତି । ଅନ୍ୟ ପକ୍ଷରେ ସମ୍ପୃକ୍ତ ଶିକ୍ଷକ ଜଣକ ପିଲାଙ୍କ ଅଭିଯୋଗ କୁ ଭିତିହୀନ କହିବା ସହ ପିଲାମାନେ ତାଙ୍କୁ ପ୍ରଥମେ ଗୋଡି ଛାଡିଥିବା କହିଛନ୍ତି ।
ଏଘଟଣା ସମର୍କରେ ଖୁବ ନିକଟରେ ଥିବା ବିଇଓ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ବ୍ଳକ ରେ ଗତ ଚାରିମାସ ହେଲା ବ୍ଲକ ଶିକ୍ଷାଧିକାରୀ ପଦ ଖାଲି ପଡ଼ିଛି କେବଳ ଟେବୁଲ ଚେୟାର ସଜାଯାଇ ରଖାଯାଇଛି ହେଲେ ଭଞ୍ଜନଗର ବିଇଓ ଏହାର ଦାୟିତ୍ୱ ତୁଲାଉ ଛନ୍ତି ଫଳରେ ଏହି ମୁରବି ହିନ ହୋଇ ପଡିଛ ଏହି ବ୍ଲକ କେହି କାହାକଥା ଶୁଣୁବାକୁ ନାହିଁ । ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଭାକ ଓ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନେ ମଧ୍ୟ ଶିକ୍ଷକ ସେଠୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ବହିଷ୍କାର ଦାବି କରିଛନ୍ତି । ଶିକ୍ଷକ ଜଣକ ମାନସିକ ଅନଗ୍ରସର ବୋଲି ଆଲୋଚନା ହୋଇଛି । ହେଲେ ଏଭଳି ଶିକ୍ଷକୁ କେମିତି ପିଲାଙ୍କ ପାଖରେ ଛଡ଼ାଯାଇଛି । ଏହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।