ପୁରୀ – ପୁରୀ ଜିଲ୍ଲାରେ ଗତ ଫନି ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରକୃତ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି । ପ୍ରତି ସୋମବାରରେ ୫ହଜାରରୁ ଊଦ୍ଧ୍ୱର୍ ଲୋକ ଫନି ସମ୍ପର୍କରେ ଆବେଦନ କରିବା ପାଇଁ ଠୁଳ ହେଉଥିଲେ । ଅଯୋଗ୍ୟ ବ୍ୟକ୍ତି ପାଇଥିବାବେଳେ ଯୋଗ୍ୟ ବ୍ୟକ୍ତି ପାଲ ଖଣ୍ଡିଏ ବି ପାଇନାହିଁ । ଏହି ସମସ୍ୟାର ସମାଧାନ ପାଇଁ ପୁରୀ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଶୁକ୍ରବାର ପୂର୍ବାହ୍ନରେ ପ୍ରଦାନ କରିଛନ୍ତି । ଏହାସହ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି । ଫନି ବାତ୍ୟାରେ ଚାଷବାସ ନଷ୍ଟ ହୋଇଯାଇଛି । ଆଳୁ କିଲୋ ୨୫ ଓ ପିଆଜ କିଲୋ ୭୦ରେ ଚାଷୀ କିଣିବା ପାଇଁ ସମର୍ଥ ହୋଇପାରୁ ନାହିଁ । କେନ୍ଦ୍ର ସରକାରଙ୍କ ଦୁର୍ବଳ ଅର୍ଥନୀତି ଯୋଗୁଁ ଆର୍ଥିକ ମାନ୍ଦାବସ୍ଥା ଦେଶରେ ସୃଷ୍ଟି ହୋଇଛି । ଶହ ଶହ ଚାକିରୀ ଛଟେଇ ହେବା ସହ ବେକାରୀ ସମସ୍ୟା ବଢ଼ିଚାଲିଛି । ଅଭାବୀ ଧାନବିକ୍ରି ଓ ଚାଷୀ ଆତ୍ମହତ୍ୟା ବଢ଼ିବାରେ ଲାଗିଛି । କେନ୍ଦ୍ର ଓ ରାଜ୍ୟ ସରକାର ଏ ସମ୍ପର୍କରେ ଦୃଷ୍ଟି ଦେବା ପାଇଁ କଂଗ୍ରେସ ଦାବିକରିଛି । ଏହି ଦାବିପତ୍ର ଦେବାପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁବ କଂଗ୍ରେସ ନେତା ବିଶ୍ୱନାଥ ଦାଶ, ବୀରେନ୍ଦ୍ର ଭୂଷଣ ହୋତା, ବିନାୟକ ଦାସ ମହାପାତ୍ର, ବିଦ୍ୟୁଲତା ଆଚାର୍ଯ୍ୟଙ୍କ ସମେତ ୨୦ରୁ ଊଦ୍ଧ୍ୱର୍ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024