
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଓଡିଶା ସରକାର ସର୍ଭିସ ପ୍ରୋ ଭାଇଡ଼ର ସଂସ୍ଥା ମାଧ୍ୟମରେ ବିଭିର୍ଣ୍ଣ ସରକାରୀ ଦପ୍ତର, ICDS, ପୌର ସଂସ୍ଥା, ମେଡିକାଲ, ବିଦ୍ୟୁତ, ମନରେଗା, ଶ୍ରୀମନ୍ଦିର,ପ୍ରଭୁତି ଅଫିସ ରେ ବେକାର ମାନଙ୍କୁ କମ ଖର୍ଚ୍ଚ ରେ କମ ଦରମାରେ କାମ ରେ ଲଗାଇ ଚାଲିଛନ୍ତି |ସେମାନଙ୍କ ଦ୍ୱାରା ସରକାର ଙ୍କ ମୁଖ୍ୟ କାମ ସମ୍ପାଦିତ ହେଉଥିଲେ ମଧ୍ୟ ଗୋଟିଏ ଛାତ ତଳେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ସମାନ ଦରମା ନାହିଁ |”କାମ ନାହିଁ ତ ଦରମା ନାହିଁ ” ନୀତିରେ ସେମାନେ ସ୍ୱଳ୍ପ ଦରମାରେ କାମ କରନ୍ତି | ମଝିରେ ମଝିରେ ଛଟେଇ ର ଭୟ.ସେବାକାରୀ ସଂସ୍ଥା ସଠିକ ଦରମା EPF /ESI ଦିଏନା, GST କାଟିନେଲା ପରେ ତାହା ଭରଣା ହୁଏନି |ଗୋତି ଶ୍ରମିକ ଭଳି କାମରେ ଲାଗନ୍ତି ବଡ଼ବାବୁ ମାନେ | ଅନିଶ୍ଚିତତା, ଶୋଷଣ ଓ ଅପମାନ ଜନକ ସ୍ଥିତି ରେ ମଧ୍ୟ୍ୟ ସେମାନେ ନିୟମିତ କର୍ମଚାରୀ ଙ୍କ ଠାରୁ ଅଧିକ କାମ କରନ୍ତି | ସେମାନଙ୍କ ପ୍ରତି ବିଶ୍ୱାସଘାତ କରି ସରକାର କେବଳ “କ “କ୍ୟାଟେଗୋରୀ ଙ୍କୁ ନିୟମିତ କଲେ | ଆଉଟ ସୋସିଂ ମାନଙ୍କୁ ଭୁଲି ଗଲେ, ସେପଟେ କହିଲେ ଠିକା ନିଯୁକ୍ତି ଯୁଗ ଶେଷ.ଆଉଟ ସୋସିଂ ରେ ପ୍ରାୟ ଅଢେଇ ଲକ୍ଷ ରୁ ଓଡିଶା ରେ ଓ ଦଶ ହାଜର ରୁ ଉର୍ଦ୍ଧ ପୁରୀ ଜିଲ୍ଲା ରେ ସେବା କାରି ସଂସ୍ଥା ଦ୍ୱାରା ଖରାପ ସ୍ଥିତି ରେ କାମ କରୁଛନ୍ତି |ସେମାନଙ୍କୁ ନିୟମିତ ନିଯୁକ୍ତି ଦାବୀ କରିଛି ଆଉଟ ସୋରସିଙ୍ଗ କର୍ମଚାରୀ ମହାସଂଘ ପୁରୀ ଜିଲ୍ଲା | ପୁରୀ ର ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ରେ ଆଉଟ ସୋସିସିଂ କର୍ମଚାରୀ ମାନଙ୍କ କାନଭେନସନ ଆଡ଼ଭୋକେଟ ଶରତ କୁମାର ରାୟଗୁରୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ ପୁରୀ ଜିଲ୍ଲା ର ସମସ୍ତ ବିଭାଗ ଓ ଅଫିସ ଦପ୍ତର ରେ କାମ କରୁଥିବାଆଉଟ ସୋସିଙ୍ଗ କର୍ମଚାରୀ ଯୋଗ ଦେଇଥିଲେ | ଠିକା ପ୍ରଥା ଲୋପ, ସମାନ କାମକୁ ସମାନ ଦରମା, କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ଦେବା ଦାବୀ ରେ ଆସନ୍ତା ନଭେମ୍ବର 18ତାରିଖ ଦିନ ଜିଲ୍ଲାପାଳଙ୍କ ଅଫିସ ରେ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବ |ଏଥିରେ ଅନିଲ ସୁବୁଦ୍ଧି, ତ୍ରିନାଥ ଭୋଇ,ପ୍ରତାପ ପ୍ରଧାନ,କିରଣ ନାୟକ, ସୁଦାମ ସାହୁ, ମନୋଜ ବାରିକ, ଅମରେନ୍ଦ୍ର ନନ୍ଦ,ପ୍ରମୁଖ ଙ୍କ ସମେତ ପୁରୀ ଜିଲ୍ଲାର ସମସ୍ତ ବ୍ଲକ ର କର୍ମଚାରୀ ଉପସ୍ଥିତ ଥିଲେ |