ବଲାଙ୍ଗିର,ମେଣ୍ଡା ନିକଟସ୍ଥ ରାଜପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଭାଗବତ ପଣ୍ଡାଙ୍କର ୭୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତ ୫ ଦିନ ହେଲା ବ୍ରେନ ଷ୍ଟ୍ରୋକରେ ପୀଡିତ ହୋଇ ସେ ଭୀମଭୋଇ ମେଡିକାଲ କଲେଜ ହସପିଟାଲର ଆଇସିୟୁରେ ଭର୍ତ୍ତିହୋଇ ଚିକିତ୍ସାଧିନ ରହିଥିଲେ । ସୋମବାର ରାତି ୧୧ଟା ୨୦ ମିନିଟରେ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସ୍ଵର୍ଗତ ପଣ୍ଡା ତାଙ୍କ ଚାକିରି ଜୀବନରେ ପୁଆ, ଖଗସାକନା, ସାଗରତଳ ଗୋଠ ଇତ୍ୟାଦି ସ୍କୁଲରେ ଶିକ୍ଷକତାରୁ ଅବସର ଗ୍ରହଣ କରି ଗାଁରେ ରହିଆସୁଥିଲେ । ସେ ଜଣେ ନ୍ୟାୟବନ୍ତ ଅମାୟିକ ମଣିଷ ଭାବେ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।