ବଲାଙ୍ଗିର, ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ନିଆରା ଢଙ୍ଗରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ଜରା ନିବାସରେ ଦିପାବଳୀ ପାଳନ ପାଳନ କରାଯାଇଛି । ଶିଶୁ ଓ ମହିଳା ବିକାଶ ସୋସାଇଟିର ଚେୟାରମେନ ମେଜର ଡକ୍ଟର କଳ୍ପନା ଦାଶଙ୍କ ତତ୍ଵାବଧାନରେ କାର୍ଯ୍ୟକ୍ରମକୁ ରାଜ୍ୟ ପୁରସ୍କାରପ୍ରାପ୍ତ ସମାଜସେବୀ ଶିକ୍ଷକ ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ଵାଳ ଓ ସମ୍ମାନିତ ଅତିଥି ଭାବେ ସୋନପୁର ଜିଲ୍ଲାର ମାୟାବର୍ହା ହାଇସ୍କୁଲର କାର୍ଯ୍ୟରତ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ରବିଚନ୍ଦ୍ର ପଶାୟତ, ବରିଷ୍ଠ କଳାକାର ରାମ ଶଙ୍କର ଶତପଥୀ, ଯୁବ ସମାଜସେବୀ ନିତ୍ୟାନନ୍ଦ ଷଡଙ୍ଗି, ଶିକ୍ଷକ ମଣ୍ଟୁ ସାମଲ ଯୋଗ ଦେଇଥିଲେ । ସମାଜର ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ସମ୍ମାନ ଦେବା ସହିତ ବିଶେଷ ଭାବରେ ବୃଦ୍ଧ ଓ ଶିଶୁମାନଙ୍କର ଆବେଗିକ ବିକାଶର ସନ୍ତୁଳନ ପାଇଁ ସେବା ଓ ଯତ୍ନ ନେବାର ଆବଶ୍ୟକତା ଅଛି ବୋଲି ମୁଖ୍ୟଅତିଥି ଶ୍ରୀ ବିଶ୍ଵାଳ ମତପ୍ରକାଶ କରିଥିଲେ । ଦିପାବଳୀ ପାଇଁ ଜରାନିବାସକୁ ଆମ୍ବତୋରଣ, ମୁରୁଜ, ଦୀପ ଲଗାଇ ସୁସଜ୍ଜିତ କରାଯାଇଥିଲା ।
ପ୍ରଥମରେ ଅନ୍ତବାସୀମାନଙ୍କୁ ବ୍ୟକ୍ତିଗତ ସ୍ଵଚ୍ଛତା ପାଇଁ ହାତଧୁଆର ପ୍ରଣାଳୀକୁ ମୀନକେତନ ଡାଙ୍ଗ ଡେମୋଟ୍ରେସନ ମାଧ୍ୟମରେ ବୁଝାଇଥିଲେ । ଭାବ ବିନିମୟ ପାଇଁ ସର୍ବଧର୍ମ ପ୍ରାର୍ଥନା ଓ ସଂଗୀତ ଗାନ କାର୍ଯ୍ୟକ୍ରମ କରାଯାଇଥିଲା । ଅନ୍ତେବାସୀ ମଗଶିର ବେହେରା, ଦିଲିପ ସାହୁ, ଲକ୍ଷ୍ମୀ ବେରୁଆ ପ୍ରମୁଖ ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନ୍ତବାସୀମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ରମାକାନ୍ତ ସାହୁ, ଚତୁର୍ଭୁଜ ମେହେର, ମଞ୍ଜୁ ବିଶ୍ଵାଳ ପ୍ରମୁଖ ବିଶେଷ ଭାବରେ ସହଯୋଗ କରିଥିଲେ । ଶିଶୁ ଓ ମହିଳା ବିକାଶ ସୋସାଇଟିର ବଲାଙ୍ଗିର ଜିଲ୍ଲା ସହ-ସଂଯୋଜକ ଚନ୍ଦ୍ରଶେଖର ସେଠ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ବୟୋଜ୍ୟେଷ୍ଠ ନାଗରିକ ଆବାସର କାର୍ଯ୍ୟରତ ନିର୍ବାହୀ କର୍ମୀ ଶିବ ପ୍ରସାଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।