ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତୁକଲାରେ ଧାନର ଅଭାବୀ ବିକ୍ରୀ ହେଉଥିବା ଅଭିଯୋଗ ହେଉଛି । ସରକାରୀ ମୂଲ୍ୟ ଠାରୁ କମ ମୂଲ୍ୟରେ ମିଲର୍ସ ମାନେ ଧାନ କିଣି ସାଇତି ରଖୁଥିବା ଅଭିଯୋଗ ହେଉଛି । ପରେ ମଣ୍ଡି ଖୋଲିବା ପରେ ଚାଷୀଙ୍କ ଠାରୁ କାର୍ଡ କିଣି ଉକ୍ତ ଧାନକୁ ମିଲର୍ସ ମାନେ ବିକ୍ରୟ କରି ମାଲେମାଲ ହେବେ । ବିଶେଷ କରି ଅଞ୍ଚଳର ଛୋଟ ଚାଷି ମାନେ ଅଭାବର ଶିକାରରେ ପଡି କମ ମୂଲ୍ୟରେ ଧାନ ବିକ୍ରୟ କରିବାକୁ ବାଧ୍ୟ ହେଉଥିବା ଜଣାପଡିଛି । ସରକାରଙ୍କ ନିର୍ଦ୍ଧାରିତ ଦର ଠାରୁ କମ ମୂଲ୍ୟରେ ଧାନ ବିକ୍ରୀ ହେଉଥିବା ଜଣାପଡିଛି । ଅନ୍ୟପକ୍ଷରେ ତୁକଲାରେ ସମବାୟ ସମିତି ଥିଲେ ମଧ୍ୟ କୌଣସି କାର୍ଯ୍ୟରେ ଆସୁନଥିବା ଚାଷି ଅଭିଯୋଗ କରିଛନ୍ତି । ବିଶେଷ କରି ସମ୍ପାଦକ ଜଣକ ମିଲର୍ସ ମାନଙ୍କୁ ଏସବୁରେ ସାହାର୍ଯ୍ୟ କରୁଥିବାରୁ ଏପରି ସମସ୍ୟା ଦେଖାଦେଉଥିବା ବେଳେ ଦୁର୍ନିତୀକୁ ପ୍ରଶୟ ଦେଉଥିବାର ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବେନିୟମ ଭାବରେ ଗଚ୍ଛିତ ରଖିଥିବା ମିଲର୍ସ ଉପରେ ଚଢଉ କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।