
ଭଞ୍ଜନଗର – ଗୁରୁବାର ଭଞ୍ଜନଗର ଆହାର କେନ୍ଦ୍ରରେ ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପହଞ୍ଚି ରୋଷେଇ ଗୃହ ଓ ଆହାର କେନ୍ଦ୍ରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ସେଥିମଧ୍ୟରେ ବିଭିନ୍ନ ସ୍ଥାନରୁ ପାଣି ଗଳିବା, ତଳ ଚଟାଣ ଓ ଝରକା କାଚ ଭାଙ୍ଗି ଯାଇଥିବାରୁ ସେସବୁର ତୁରନ୍ତ ମରାମତି କରିବା, ରଙ୍ଗ କରିବା ସହ ବାସନ କୁସନ ଧୋଇବା ସ୍ଥାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ରୋଷେଇ ଘରର ସମ୍ପ୍ରସାରଣ କରିବାକୁ କହିଥିଲେ। ଶ୍ରୀ ମିଞ୍ଜ ଖାଦ୍ୟର ମାନ ପରଖିବାକୁ ଯାଇ ରନ୍ଧା ଖାଦ୍ୟ ଖାଇବା ସହ ତାହାକୁ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏଥିରେ ଉପ ଜିଲ୍ଲାପାଳଙ୍କ ସମେତ ପ୍ରହଲ୍ଲାଦ ପ୍ରଧାନ, ସୁଶାନ୍ତ କୁମାର ସାହୁ, ଆହାର କେନ୍ଦ୍ର ପରିଚାଳକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।