ନୂଆପଡା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ବିଭିନ୍ନ ଗ୍ରାମରେ ବାରହା ଉପଦ୍ରବ ଯୋଗୁଁ ଧାନ ଫସଲ କ୍ଷତି ହେଉଥିବା ଅଭିଯୋଗ ହେଉଛି। ଜଙ୍ଗଲ ଅଞ୍ଚଳରେ ଥିବା ଚାଷ ଜମି ସବୁରେ ଶହ ଶହ ବାରହା ଚଳପ୍ରଚଳ କରୁଥିବାରୁ ଧାନ ଫସଲ ଭୁଇଁରେ ମିଶି ଯାଇଛି। ପୁଣି ପାଚିଲା ଧାନ ବାରହା ଖାଇ ଯାଉଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି।ଧାର କରଜ କରି ଚାଷୀ ଧାନ ଚାଷ କରିଥିଲା। ଚଳିତ ବର୍ଷ ଭଲ ବର୍ଷା ହେତୁ ଭଲ ଅମଳର ଆଶା ରଖିଥିଲା, କିନ୍ତୁ ବାରହା ସବୁ ଫସଲ ନଷ୍ଟ କରିଦେଉଛି। ଚାଷୀ ମାନେ ଜମିରେ ବିଭିନ୍ନ ପ୍ରକାର ପତାକା ସହ ମଞ୍ଚା ବାନ୍ଧି ଶୋଇ କି କ୍ଷେତ ଜଗୁଛନ୍ତି। ବିଭିନ୍ନ ବାଦ୍ୟ ଯନ୍ତ୍ର ବଜାଇ ବାରହା ଘଉଡାଉଛି, ହେଲେ ଫଳ ଶୂନ୍, ମଉକା ଦେଖି ସବୁ ଖାଇ ଯାଉଛନ୍ତି ବାରହା ପଲ, ଖାଲି ଖାଉ ନାହାନ୍ତି ଦଳି ଚକଟି ନଷ୍ଟ କରି ଦେଉଛନ୍ତି।ଏପଟେ ଜଙ୍ଗଲ ବିଭାଗ କିମ୍ବା କୃଷି ବିଭାଗ କର୍ମଚାରୀଙ୍କ ଦେଖାନାହିଁ।ସରକାରୀ ସହଯୋଗ ନ ମିଳିଲେ ଭେଳା ବୁଡିଯିବ ବୋଲି ଚାଷୀ ମାନେ କହିଛନ୍ତି। ବଙ୍କାପୁର ଓ ଦୋହେଲ ପଡାର ଚାଷୀ ବୁଟି ହରିଜନ, ନଟୁଆ ହରିଜନ, ପୋଡ଼ଗୋ ହରିଜନ, ସନମନି ହରିଜନ, ବୈକୁଣ୍ଠ ହରିଜନ, ଲିଆଖାଉ ହରିଜନ, ସାନଟା ହରିଜନ, ଦଶରଥ ହରିଜନ, ପାଣ୍ଡେ ହରିଜନ, ଭାଗୀରଥି ହରିଜନ, ମକାରୁ ହିଆଲ, ଜଳଧର ହରିଜନ, ଚୁମନ ହିଆଲ, ଦୁଲ୍ଲମଣି ବାଗ, ନୀଳକଣ୍ଠ ଛୁରା, କୃଷ୍ଣ ବାଗ, ଅଜାମ୍ବର ବାଗ, ବୈକୁଣ୍ଠ ବାଗ, ରଥ ବାଗ, ପିପେଲ ବାଗ, ପ୍ରେମଲତା ହରିଜନ, ଧର୍ମୁ ହରିଜନ, ଦମୟନ୍ତି ହରିଜନ, ରାଜକୁମାରୀ ହରିଜନ, କୃଷ୍ଣଚନ୍ଦ୍ର ବେହେରା, ଚିନ୍ତା ବେହେରା, ଝାଜ କୁମାର ବେହେରା, ଶେଷଦେଵ ବେହେରା, ଲକ୍ଷ୍ମୀଧର ବେହେରା, ତକ୍ଷ ବେହେରା, ବାଳକୃଷ୍ଣ ବେହେରା, ରୂପଧର ବେହେରା, ଡମ୍ବରୁ ଧର ବେହେରା, ସନ୍ତୋଷ ହରିଜନ, ଗୌତମ ରାଉତ, ଟରୋ ହରିଜନ, ଜଗଦୀଶ ହରିଜନ, ମଙ୍ଗ ହରିଜନ, ସାନଟା ମଙ୍ଗରାଜ, ପଲଟୁ ହରିଜନ, ମାଟିକୁଡୁ ହରିଜନ, ମୁଙ୍ଗ ହରିଜନ, ଭାଗିରଥି ହରିଜନ,ନୀଳାମ୍ବର ହରିଜନ, ମୀନ ହରିଜନ, ବେଟା ଖଉ ହରିଜନ, ଗୋବିନ୍ଦ ହରିଜନ, ସନ ଲାଳ ହରିଜନ,ଶ୍ୟାମ ଲାଳ ହରିଜନ,ପିପେଲ ବାଗ, ପୁରରା ବାଗ, ଭାସ୍କର ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ନେହେରୁ ଲାଲ ବେହେରା, ବିଷ୍ଣୁ ବେହେରା, କୁଂଦା ବେହେରା, ମନୋହର ବେହେରା, ଯୋଗେଶ୍ଵର ବେହେରା, ଦଶମୁ ବେହେରା, ପୁରୁଣ ବେହେରା, ବଡ଼ମାଲ ହରିଜନ,ଗଙ୍ଗା ଛୁରା, କର୍ଣ୍ଣା ହରିଜନ,ସାନ ମାଲ ହରିଜନଙ୍କ ବ୍ୟାପକ ଫସଲ କ୍ଷତି ହୋଇଥିବା ଜଣାପଡିଛି।
ଏନେଇ ଖଡ଼ିଆଳ ଡିଏଫଓ ଶୁଶୀଳ କୁମାର ତ୍ରିପାଠୀଙ୍କୁ ପଚାରିବାରୁ, ଅନୁକମ୍ପା ଆପ ରେ ଆବେଦନ କଲେ ତଦନ୍ତ କରି ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି। କିନ୍ତୁ, ଏହି ଆପ ବିଷୟରେ ଚାଷୀ ମାନେ ଅବଗତ ନ ଥିବାରୁ କିପରି ଆବେଦନ କରିବେ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପ୍ରଶାସନ ଏନେଇ ଚାଷୀ ମାନଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି।