
ଧର୍ମଶାଳା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଧର୍ମଶାଳା ଯୁବ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଜାରକା ସ୍ଥିତ ପ୍ରସିଦ୍ଧ ଶୈବପୀଠ ଗୋକର୍ଣ୍ଣେଶ୍ଵର ମନ୍ଦିର ପରିସରରେ ଆଜି ସକାଳେ ୧୦୮ ଦୀପଦାନ କରାଯାଇଛି । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପରାମର୍ଶ କ୍ରମେ ତଥା ଧର୍ମଶାଳା ଯୁବ ବିଜୁ ଜନତା ଦଳର ସଭାପତି କ୍ଷୀତିଶ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଯୋଗଦେଇଥିଲେ ।