ହରିଚନ୍ଦନପୁର,କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତଳାପଶି ଗୋପିନାଥପୁର ଗାଁ ନିକଟ ଅଶୋକ ଝରଣ ନାଳରୁ ଅସହାୟ ଅବସ୍ଥାରେ ପଡିଥିବା ଏକ ନବଜାତ ଶିଶୁପୁତ୍ରକୁ ଆଜି ସକାଳେ ଉଦ୍ଧାର କରାଯାଇଛି । ତାକୁ ଚିକିତ୍ସା ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।
ସ୍ଥାନିୟ ଯୁବକ ମାନେ ସକାଳେ ଶୌଚ ପାଇଁ ନାଳକୁ ଯାଇଥିବା ବେଳେ ଛୋଟ ଛୁଆର କାନ୍ଦ ଶୁଣିବାକୁ ପାଇଥିଲେ । କାନ୍ଦ ଶୁଣି ନାଳ ଭିତରେ କିଛି ବାଟ ଗଲା ପରେ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରେ ଛୁଆ ଥିବା ଦେଖି ତୁରନ୍ତ ଉଦ୍ଧାର କରି ଗାଁକୁ ଆଣିଥିଲେ । ଗୋପିନାଥପୁର ଗାଁର ଆଶା କର୍ମୀ, ଅଙ୍ଗନୱାଡି କର୍ମୀ କେନ୍ଦୁଝର ଚାଇଲଡ ଲାଇନକୁ ଯୋଗାଯୋଗ କରି ଉଦ୍ଧାର ଶିଶୁପୁତ୍ରକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ବର୍ତମାନ ଶିଶୁଟିର ଚିକିତ୍ସା ଏସଏନସିୟୁରେ ଚାଲିଥିବାର ଖବର ମିଳିଛି ।