ଭୁବନେଶ୍ଵର,ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାର ପାଲଲହଡ଼ାରେ ସର୍ବାଧିକ ୪୪.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ୪୨.୬ ମି.ମି., ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ୪୨.୦, ଅନୁଗୁଳ ଜିଲ୍ଲାର ଟିକରପଡ଼ାରେ ୩୧.୪, ଭୁବନେଶ୍ଵରରେ ୨୬.୮, ଯାଜପୁର ଜିଲ୍ଲାର ବିଞ୍ଝାରପୁରରେ ୨୬.୦, ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ାରେ ୨୫.୦, ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ୨୫.୦, ଝାରସୁଗୁଡ଼ା ଜିଲ୍ଲାର ଲଇକେରାରେ ୨୪.୨, ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡାରେ ୨୪.୨ ଏବଂ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ୨୩.୨ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ସୁନ୍ଦରଗଡ଼ ଓ ବୌଦ୍ଧରେ ୩୪.୦ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ରେ ୨୦.୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।