ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ ପାଇଁ ୨,୩୭,୯୫୨ ନମୂନା ପରୀକ୍ଷଣ କରାଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୮୯.୮୧ କୋଟି ନମୂନାର ପରୀକ୍ଷଣ କରାଯାଇଥିବା କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି ।
କରୋନାରେ ଦେଶରେ ଗତ ୨୪ ଘଂଟାରେ ୨,୬୭୮ ନୂଆ ମାମଲା : ସୁସ୍ଥ ହେଲେ ୨,୫୯୪, ସକ୍ରିୟ ମାମଲା ୨୬,୫୮୩
ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ ୨,୬୭୮ ନୂଆ କରୋନା ମାମଲା ସାମନାକୁ ଆସିଛି । ୨,୫୯୪ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣର ହାର ରହିଛି ୧.୧୩ ପ୍ରତିଶତ । ବର୍ତମାନ ସୁସ୍ଥ ହାର ରହିଛି ୯୮.୭୬ ପ୍ରତିଶତ । ସକ୍ରିୟ ମାମଲା ରହିଛି ୦.୦୬ ପ୍ରତିଶତ ।
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଶୁକ୍ରବାର ସକାଳ ସୁଦ୍ଧା ଦେଶରେ ୪ କୋଟି ୪୦ ଲକ୍ଷ ୬୮ ହଜାର ୫୫୭ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬,୫୮୩ ରହିଛି ।
୨୪ ଘଂଟାରେ ୫ ଲକ୍ଷ ୯୩ ହଜାର ୯୬୩ ଜଣଙ୍କୁ କରୋନା ଟୀକାକରଣ
ନୂଆଦିଲ୍ଲୀ, କରୋନା ଟୀକାକରଣ ଅଭିଯାନରେ ଦେଶରେ ବର୍ତମାନ ସୁଦ୍ଧା ୨୧୯.୨୧ କୋଟି ଭ୍ୟାକ୍ସିନ ଡୋଜ୍ ଲୋକଙ୍କୁ ଦିଆଯାଇଛି । ତନ୍ମଧ୍ୟରୁ ୯୪.୯୪ କୋଟି ଲୋକଙ୍କୁ ସେକେଣ୍ଡ ଡୋଜ୍ ଓ ୨୧.୭୬ କୋଟି ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦିଆଯାଇଛି । ଗତ ୨୪ ଘଂଟାରେ ୫ ଲକ୍ଷ ୯୩ ହଜାର ୯୬୩ ଜଣଙ୍କୁ ଟୀକାକରଣ କରାଯାଇଛି । କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି ।