
ରାଉରକେଲା -ରାଉରକେଲାରାଉରକେଲା ସହରର ବାସନ୍ତୀ କଲୋନୀ ଅଂଚଳରେ ଜଣେ ନକଲି ସାମ୍ବାଦିକ ଦୁିଜଣ ମା ଝିଅଙ୍କୁ ଅନେକ ଦିନ ଧରି ନିଜ କବଳରେ କବଜା କରି ରଖି ସେମାନଙ୍କୁ ନିର୍ଯ୍ୟତନା ଦେଉଥିବା ଖବର ପାଇ ସଂପୃକ୍ତ ନକଲିକୁ ଆଜି ଉଦିତନଗର ପୁଲିସ ଗୀରଫ କରି କୋର୍ଟକୁ ଚାଲାଣ କରିଛି ।ତାର ନାମ ଅଶୋକ ମହାନ୍ତି । ସେ ଫଏଲ -୪୦ ନମ୍ବର ଘର ବାସନ୍ତୀ କଲୋନୀରେ ରହୁଥିଲା । ତା ବିରୋଧରେ ରାଣୀକୁମାରୀ ସାବତ ଅଭିଯୋଗ କରିଛନ୍ତି ଯେ,ସେମାନଙ୍କ ସହ ଏହି ବାବୁଙ୍କର ଅଳ୍ପ ଦିନ ତଳେ ପରିଚୟ ହେବା ପରେ ସେମାନଙ୍କର କିଛି ସମସ୍ୟାକୁ ସମାଧାନ କରିଦେବାର ଭରଷା ଦେଇ ପ୍ରଥମେ ରାଣୀ ଙ୍କର ମା ନଳୀନୀ ସାବତଙ୍କୁ ନିଜ ପାଖକୁ ଆଣି ରଖିଥିଲା । ପରେ ରାଣୀ ମଧ୍ୟ ଆସି ଅଶୋକ ପାଖରେ ରହିଥଲେ । ତେବେ ସେମାନଙ୍କୁ ଏକ ପ୍ରକାର ନଜର ବନ୍ଦୀ କରି ରଖିବାସହ ସେମାନଙ୍କର କିଛି ଆପତି ଜନକ ଫଟୋ କୁଆଡେ ଏହି ନକଲି ସାମ୍ବାଦିକ ଉଠାଇ ଦେଇ ସେମାନଙ୍କୁ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ହୋଇଛି । ଏହି ମା ଝିଅଙ୍କର କହିବା କଥା ସେମାନଙ୍କର ଭୁବନେଶ୍ୱରରେ ଥିବା ସଂପତି କୁ ଲୁଟ କରିବାର ତାର ମୁଳ ଲକ୍ଷ ଥିଲା । ସେଥିରେ ସେମାନେ ରାଜି ନହେବାରୁ ତାଙ୍କୁ ନଜର ବନ୍ଦୀ କରି ଏହି ଠକ ରଖିଥିବା ସେମାନେ ପୁଲିସକୁ ଜଣାଇଛନ୍ତି । ଗତ ଅକ୍ଟୋବର ୫ତାରିଖରୁ ଏହି ମା ଝିଅ ଏଠାରେ ଅଟକ ହୋଇଥିବା ବେଳେ କୋଣାସି ସୁଯୋଗ ପାଇ ସେମାନେ ପୁଲିସକୁ ସବୁ କିଛି ଜଣାଇଥିଲେ ।ଗତକାଲି ରାତିରେ ପୁଲିସ ଅଶୋକ କୁ ଗୀରଫ କରିବା ସହ ଉଭୟ ମା ଝିଅଙ୍କୁ ଡାକ୍ତରୀ ମାଇନା କରାଇଛି ।ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ପୁଲିସ କହିଛି । ରାଉରକେଲା ବାସନ୍ତି କଲୋନୀ ଅଂଚଳରେ ଆହୁରି ଏହି ଭଳି କିଛି ଚରିତ୍ର ଥିବା ପୁଲିସ ନଜରକୁ ଆସିଥିବା ପୁଲିସ କହିଛି ।ସେମାନଙ୍କ ସଂପର୍କ ତଦନ୍ତ କରାଯାଇ ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଜିବ ବୋଲି ସୁଚନା ମିଳିଛି । ଏଭଳି ଚରିତ୍ର ମାନଙ୍କୁ କେତେକ ଆଗଦାଡିର ଟିଭି ବାଲା ମୁହଁ ଦେଖିବାରୁ ପରିସ୍ଥିତି ଏଭଳି ହେଉଥିବା କୁହାଯାଉଛି ।ଏଠାରେ ଉଲ୍ଲେଖ ଯୋଗ୍ୟ ରାଉରକେଲାରେ ବର୍ତମାନ ୧୫୦ ରୁ ଅଧିକ ସାମ୍ବାଦିକ । ସମସ୍ତଙ୍କର ଇଛା କେମିତି ପୁଲିସ ପ୍ରଶାସନ ସେମାନଙ୍କୁ ସାମ୍ବାଦିକ ସମ୍ମିଳନୀରେ ଡାକିବ । ସେଥିଲାଗି ପୁଲିସ ଓ ଜିଲ୍ଲାପାଳଙ୍କ ପ୍ରେସ ତାଲିକାରେ ରହିବା ଲାଗି ଏକ ପ୍ରକାର ସବୁ ପ୍ରକାର ଉଦ୍ୟମ କିଛି କମ ନୁହେଁ । ଏବେ ଏସପି ରାଉରକେଲା ଓ ଜିଲ୍ଲାପାଳଙ୍କ ପ୍ରେସ ତାଲିକାରେ ଏମିତି ଅନେକ ଚରିତ୍ରରହିଛନ୍ତି ଯେଉଂମାନେ ପେସାଦାର ସାମ୍ବାଦିକ ନୁହନ୍ତି । କିଏ କଣ ବେପାର କରେ ଦିନ ମାନ ତାର ଦେଖା ନଥାଏ କିନ୍ତୁ ଏସପି ,ଏଡିଙ୍କ ସାମ୍ବାଦିକ ସମ୍ମିଳନୀରେ ଅଧଘଂଟା ଆଗରୁ ଆସି ବସିରହୁଥିବା ଦେଖାଯାଏ । ତା ଛଡା କିଛି ଲୋକ କ୍ୟାମେରା ଧରି ବୁଲୁଥିବାର ମଧ୍ୟ ଦେଖାଯାଉଛି । ସେମାନେ ମଧ୍ୟ ଏହିଭଳି ତାଲିକାରେ ଥିବା ଆଲୋଚନା ହେଉଛି । ତେଣୁ ସାମ୍ବାଦିକତା ନାମରେ ଏଭଳି ଅପରାଧ କରିବାକୁ ଲୋକେ ପଛଉନାହାନ୍ତି ।ସ୍ଥାନୀୟ ଲୋକ ସଂପର୍କ ବିଭାଗ ମଧ୍ୟ ଏନେଇ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି । ଏହି ଘଟଣା କୁ ଜିଲ୍ଲାର ପେଶାଦାର ସମ୍ବାଦିକ ମାନେ ଦୃଢ ନିନ୍ଦା କରିଛନ୍ତି ।