ଭୁବନେଶ୍ୱର – ଶେଖ ଆଲ୍ଲାଉଦ୍ଦିନ ମେମୋରିଆଲ ଟ୍ରଷ୍ଟ, ଯାଜପୁର ତରଫରୁ ଭିନ୍ନକ୍ଷମ ସକ୍ଷମ ପାଇଁ ଛତୁ ଚାଷ ଉପରେ ଏକ ତାଲିମ କେନ୍ଦ୍ର ଯାଜପୁର ଜିଲ୍ଲାର ବଡ଼ଚଣା ନିକଟ ବନ୍ଦାଳୋ ଠାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ତରଫରୁ ଖୋଲାଯାଇଅଛି । ଏହି କାର୍ଯ୍ୟକ୍ରମକୁ ସାମାଜିକ ଇଞ୍ଜିନିୟରିଂ ପରିଚାଳନା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା ପାଇଁ ବିଭାଗ ତରଫରୁ ସବୁ ସହଯୋଗ ଯୋଗାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ସାମାଜିକ ଇଞ୍ଜିନିୟରର ଡ. ରମେଶ ଚନ୍ଦ୍ର ବେହେରା, ଅଜିତ୍ ମହାପାତ୍ର, ଆଲୋକ ପ୍ରଧାନ, ଦାୟିତ୍ୱର ସହିତ କାର୍ଯ୍ୟକ୍ରମଟିକୁ ପରିଚାଳନା କରୁଛନ୍ତିି । ଭିନ୍ନକ୍ଷମଙ୍କୁ ସମାଜରେ ସମ୍ମାନର ସହିତ ସକ୍ଷମ କରାଇବା ହେଉଛି ଏହି କାର୍ଯ୍ୟକ୍ରମର ପ୍ରଥମ କାମବୋଲି ଅନୁଷ୍ଠାନର ସମ୍ପାଦକ ଓ ସାମାଜିକ ଇଞ୍ଜିନିୟରିଂର ଡ. ରମେଶ ଚନ୍ଦ୍ର ବେହେରା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
Related Stories
November 23, 2024