ଭୁବନେଶ୍ୱର, ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ପୁଣି ପୋଲିସ ପଚରାଉଚରା ଆରମ୍ଭ କରିଛି । ଶୁକ୍ରବାର ଦିନ ଧର୍ମେନ୍ଦ୍ରଙ୍କ ଶିଶୁପାଳଗଡ଼ ସ୍ଥିତ ଘରେ ଧଉଳି ଥାନା ଆଇଆଇସି ଏବଂ ଅତିରିକ୍ତ ଡିସିପିଙ୍କ ସହ ଏକ ଟିମ୍ ପହଂଚି ଧର୍ମେନ୍ଦ୍ରଙ୍କ ପତ୍ନୀ, ପରିବାର, କିଛି ସଂପର୍କୀୟ ଓ ପଡ଼ୋଶୀଙ୍କୁ ପଚରାଉଚରା କରିଛନ୍ତି ।
ସୂଚନାଯୋଗ୍ୟ, ମୃତ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ବନ୍ଧୁଙ୍କ ସହ ଫୋନ୍ ରେ କଥା ହୋଇଥିଲେ । କଥାବାର୍ତାର ୧ ମିନିଟ ୨୭ ସେକେଣ୍ଡର ଏହି ଅଡିଓ କ୍ଲିପରେ ମୃତ ଧର୍ମେନ୍ଦ୍ର ସ୍ପଷ୍ଟ ଭାବେ କହିଛନ୍ତି ତାଙ୍କ ମୃତ୍ୟୁ ପାଇଁ ୫ ଜଣ ଦାୟୀ । ସେମାନେ ହେଉଛନ୍ତି ତାଙ୍କ ପତ୍ନୀ, ମନ୍ତ୍ରୀ ସମୀର ଦାଶ , ଶ୍ୱଶୁର ଦୁଃଶାସନ ସ୍ୱାଇଁ ପ୍ରମୁଖ । ଅଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ପୋଲିସ୍ ତନାଘନା ଆରମ୍ଭ କରିଥିଲା । ଏବେ ଧର୍ମେନ୍ଦ୍ରଙ୍କ ଶୁଦ୍ଧିକ୍ରିୟା ଶେଷ ହେବା ପରେ ପୋଲିସ୍ ପୁଣି ପଚରାଉଚରା ଆରମ୍ଭ କରିଛି ।