ଭୁବନେଶ୍ୱର, ନ୍ୟୁଡ଼ କଲ ।ପରେ ଆଇପିଏସ ବେଶରେ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଜଟଣୀର ବିପିନ କୁମାର ମୁଦୁଲି ଏଭଳି ଠକେଇର ଶିକାର ହୋଇଛନ୍ତି । ଏନେଇ ବିପିନ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ ଜଟଣୀର ବିପିନ ଏକ ମେଡ଼ିସିନ ଦୋକାନରେ କାମ କରନ୍ତି । ତାଙ୍କୁ ଜଣେ ଯୁବତୀ ପ୍ରଥମେ ନ୍ୟୁଡ଼ କଲ କରିଥିଲେ । ଆଉ ଏହାପରେ ସ୍କ୍ରିନ ସଟ ରଖି ବ୍ଲାକମେଲ କରିଥିଲେ । ଏହାପରେ ଜଣେ ପୋଲିସ ବର୍ଦ୍ଦିରେ ନିଜକୁ ଆଇପିଏସ୍ ଅଧିକାରୀ କହି ପିନ୍ଧି ଟଙ୍କା ନ ଦେଲେ ଫସେଇ ଦେବେ ବୋଲି ଧମକ ଦେଇଥିଲେ । ଏହାପରେ ୩ଟି କିସ୍ତିରେ ପାଖାପାଖି ୭୦ ହଜାର ଟଙ୍କା ଲୁଟିନେଇଥିଲେ । ପରେ ସୋସିଆଲ ମିଡିଆରେ ନ୍ୟୁଡ଼ ଭିଡିଓ କଲକୁ ଭାଇରାଲ କରିଥିବା ବିପିନ ଅଭିଯୋଗ କରିଛନ୍ତି ।