
ଭଞ୍ଜନଗର – ଶ୍ରୀ ସତ୍ୟ ସାଇବାବାଙ୍କ ୯୪ତମ ଜନ୍ମ ଦିବସ ପାଳନ ଅବସରରେ ମଙ୍ଗଳବାର ଭଞ୍ଜନଗର ସହରର ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ଓ ସତ୍ୟ ସାଇ ବିଦ୍ୟା ବିହାରର ଛାତ୍ର ଛାତ୍ରୀମାନଙ୍କ ମିଳିତ ସହଯୋଗରେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ରେ ୧୩୫ଜଣ ରୋଗୀଙ୍କୁ ଫଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ସହ ସେମାନଙ୍କ ଆରୋଗ୍ୟ କାମନା କରିଥିଲେ।। ଏହି କାର୍ଯ୍ୟକ୍ରମ କୁ ସାଇଗୁରୁକୂଳ ବିଦ୍ୟାଳୟ ର ଅଧ୍ୟକ୍ଷ ଅଜିତ କୁମାର ଶତପଥି ଉଦଘାଟନ କରିଥିଲେ। ଏଥି ସହ ଗୌର ଚନ୍ଦ୍ର ରାଉତ,ଗୌର ଚନ୍ଦ୍ର ଦାଶ, ସନ୍ତୋଷ ଜେନା,ସନ୍ତୋଷ କୁମାର ପ୍ରଧାନଓ ଅନ୍ୟମାନେ ସହଯୋଗ କରିଥିଲେ ।