ଭୁବନେଶ୍ଵର, ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଂଚଳରେ ବର୍ଷା ଲାଗିରହିଛି । ତେବେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଗତ ୨୪ ଘଂଟାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ ୬୩.୦ ମି.ମି. ବର୍ଷା ରେକର୍ଡ କରାଯାଇଛି । ସେହିପରି ରାୟଗଡ଼ା ଜିଲ୍ଲାର ପଦ୍ମପୁରରେ ୫୪.୦ ମି.ମି., ବାଲେଶ୍ଵର ଜିଲ୍ଲାର ଖଇରାରେ ୫୧.୦, ନୟାଗଡ଼ ଜିଲ୍ଲାର ବରମୂଳ ୪୭.୪, ରାୟଗଡ଼ା ଜିଲ୍ଲାର ଆର. ଗୁଡା ୪୪.୮, ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗ ୪୩.୮, ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ୩୭.୧, ଗଞ୍ଜାମ ଜିଲ୍ଲାର ସୋରଡ଼ାରେ ୩୬.୦, ପୁରୀ ଜିଲ୍ଲାର ସତ୍ୟବାଦୀରେ ୩୬.୦ ଏବଂ ନୟାଗଡ଼ ଜିଲ୍ଲାର ଗଣିଆରେ ୩୪.୩ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁର ଓ ଗୋପାଳପୁରରେ ୩୫.୦ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ ଓ ବୌଦ୍ଧରେ ୨୦.୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।