ପୁରୀ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଜି ସକାଳେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ବରିଷ୍ଠ ନେତା ସମ୍ବିତ ପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ସିଂହଦ୍ଵାର ସମ୍ମୁଖରେ ବିଜେପି ପକ୍ଷରୁ ସମସ୍ତଙ୍କୁ ସ୍ଵାଗତ କରାଯାଇଥିଲା । ଶ୍ରୀ ନଡ୍ଡାଙ୍କ କୌଳିକ ପଣ୍ଡା ତାଙ୍କୁ ଶ୍ରୀଜୀଉଙ୍କ ଦର୍ଶନ କରାଇଥିଲେ । ମା ବିମଳା ଏବଂ ମା ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ ଶ୍ରୀ ନଡ୍ଡା । ଶ୍ରୀ ନଡ୍ଡାଙ୍କ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଶ୍ରୀଜୀଉଙ୍କ ଦର୍ଶନ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଗତକାଲି ରାତିରେ ଆସି ପୁରୀରେ ପହଂଚି ଥିଲେ ।