କନ୍ଧମାଳ, ଏଇ କିଛିଦିନ ହେବ ଫୁଲବାଣୀ ସହର ତଥା ଆଖପାଖ ଅଞ୍ଚଳରେ ସାପ ଭଳି ସରୀସୃପ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି। ବିଗତ କିଛି ଦିନ ହେବ ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ ଦ୍ବାରା ବହୁ ସଂଖ୍ୟାରେ ଅଜଗର ସାପ ଉଦ୍ଧାର କରାଯାଇଛି। ଅନୁରୂପ ଘଟଣା କ୍ରମେ ଆଜି ଡାକପାଲା ଅଞ୍ଚଳର ବିଷ୍ଣୁ ଚରଣ ମଲ୍ଲିକଙ୍କ ଘର ପାର୍ଶ୍ଵରେ ଏକ ୭ ଫୁଟର ଅଜଗର ସାପ ପଶିଯାଇଥିବା ନେଇ ଡାକପାଲା ଅଞ୍ଚଳର ସମୀର ଘଟାଲ ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ସୂଚନା ଦେଇଥିଲେ। ଖବର ପାଇବା କ୍ଷଣି ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ଆଲୋକ କୁମାର ବିଶୋଇ, ଏସ.କେ. ଅବଦୁଲ ସାକୀର ଏବଂ ଅନୁପ ବିକ୍ରମ ପାତ୍ର ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସାପଟିକୁ ପୁନଶ୍ଚ ଦୂର ଜଙ୍ଗଲରେ ଛାଡି ଦେଇଛନ୍ତି। ଟିମ୍ ସଦସ୍ୟଙ୍କ ତତ୍ପରତା ଏବଂ ସାହାସିକ ପଦକ୍ଷେପ ପାଇଁ ଉକ୍ତ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।