ଭୁବନେଶ୍ଵର, ଅକ୍ଟୋବର ୧ ତାରିଖ ବେଳକୁ ଉତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୧ ରେ ଉତର-ଉପକୂଳରେ ବଢିବ ବର୍ଷାର ପରିମାଣ । ୨ ରେ ବଢିବ ବର୍ଷାର ବିସ୍ତୃତି, ପ୍ରଭାବିତ ହେବ ସମ୍ପୂର୍ଣ୍ଣ ଉପକୂଳ ଓଡିଶା। ସେହିପରି ୩ ଅକ୍ଟୋବରରେ ରାଜ୍ୟରେ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ଵର, ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
April 18, 2024