
ଏକାତ୍ମମାନବ ବାଦ ର ରଚୟତା,ରାଷ୍ଟ୍ର ଭକ୍ତ,ଅନ୍ତ୍ୱଦୟ ର ପ୍ରଣେତା ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଙ୍କ ୧୦୬ “ତମ ଜୟନ୍ତୀ ପୁରୀ ସେବା ସମିତି ତରଫରୁ ମହା ସମାରୋହ ରେ ପାଳିତ ହୋଇଯାଇଛି।
ସ୍ଵତନ୍ତ୍ର ଭାରତରେ ସର୍ଵଜନ ହିତାୟ ବିଚାର ଧାରାର ପ୍ରବର୍ତ୍ତକ ଦିନ ଦୟାଲ ଜି ” ଆର୍ଥିକ ଯୋଜନା ସମ୍ପର୍କରେ ମତ ରଖୁଥିଲେ ଆର୍ଥିକ ପ୍ରଗତି ର ମାପକାଠି ସମାଜର ଉଚ୍ଚ ସ୍ତରରେ ପହଁଚିଥିବା ବ୍ୟକ୍ତି ମାନଙ୍କ ପ୍ରଗତି ରୁ ନୁହେଁ ସମାଜର ସର୍ବନିମ୍ନ ସ୍ତରର ବ୍ୟକ୍ତିର ପ୍ରଗତିରୁ ମପାଯାଇ ପାରିବ ବୋଲି ସହକାରୀ ପ୍ରଫେସର ରାକେଶ ମିଶ୍ର ମତ ରଖିଥିଲେ।
ମୁଖ୍ୟ ବକ୍ତା ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର ହରି ହର ହୋତା ଯୋଗ ଦେଇ ଦିନ ଦୟାଲ ଙ୍କ ଜୀବନ ଆଦର୍ଶ ସମ୍ପର୍କରେ ଆଲୋଚନା କରି କହିଲେ ଯେ “ପଣ୍ଡିତ ଜି ଙ୍କ ମତରେ, ଆମ ଦେଶ ବ୍ୟକ୍ତିମାନଙ୍କ ସମୂହ ଅଟେ ଯିଏ କି ଏକ ଲକ୍ଷ୍ୟ, ଏକ ଆଦର୍ଶ ଏବଂ ଏକ ମିଶନ କୁ ନେଇ ଚାଲିଥାଏ ଏବଂ ଏହି ଭୂଖଣ୍ଡକୁ ମାତୃଭୂମି ରୁପରେ ଆମେ ସମସ୍ତେ ଦେଖିଥାଉ।ଯଦି ଆଦର୍ଶ କିମ୍ବା ମାତୃଭୂମି ଏହି ଦୁଇଟି ମଧ୍ୟ ରୁ ଯଦି କେହି ଜଣେ ବି ନାହିଁ ତେବେ ଏ ଦେଶର ଅସ୍ତିତ୍ୱ ନାହିଁ।ସେ ଭାରତର ସନାତନ ଚିନ୍ତାଧାରା କୁ ଯୁଗାଁନୁକୂଳ ରୂପରେ ପ୍ରସ୍ତୁତ କରି ଦେଶ ରେ ଏକାତ୍ମମାନବ ବାଦ ନାମକ ଏକ ନୂତନ ଚିନ୍ତାଧାରାର ପ୍ରବର୍ତ୍ତନ କରିଥିଲେ।ଅନ୍ୟତମ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଶାସକ ପଦ୍ମନାଭ ପଣ୍ଡା,ଜଗନ୍ନାଥ ବେଦ କର୍ମକାଣ୍ଡ ର ପ୍ରାଧ୍ୟାପକ ଜଗବନ୍ଧୁ ମିଶ୍ର ପ୍ରମୁଖ ଯୋଗ ଦେଇ କହିଲେ ଏକ ସଶକ୍ତ ସମର୍ଥ ଏବଂ ସ୍ୱାବଲମ୍ବୀ ଭାରତ ବର୍ଷ ପ୍ରତିଷ୍ଠା ର ସ୍ୱପ୍ନ ଦେଖିଥିବା ଦିନଦୟାଲ ଜି ଙ୍କ ରାଜନୀତି ସହିତ ସାହିତ୍ୟ ଏବଂ ସାମ୍ବାଦିକତା କ୍ଷେତ୍ରରେ ଗଭୀର ଦକ୍ଷତା ଥିଲା।ମୁଖ୍ୟ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇ ପୂଜ୍ୟପଜା ର ସମ୍ମାନ କୁ ପ୍ରଶଂସା କରିଥିଲେ।
ପ୍ରଭୁଦତ୍ତ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ୟ୍ଯକ୍ରମ ରେ ସମ୍ପାଦକ ରବୀନ୍ଦ୍ରନାଥ ସେନାପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ସମ୍ପାଦକ ସୌମେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ସନ୍ତୋଷ ମହାନ୍ତି,ଶରତ ଜୟସିଂ,ରବି ନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ଓମ ପ୍ରସାଦ ମହାନ୍ତି,କୃଷ୍ଣଚନ୍ଦ୍ର ସାହୁ ,ବାସୁଦେବ ସେନାପତି,ସବନମ ବରାଳ,ତାର ପ୍ରସାଦ ଦାସ,ସତ୍ୟକାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।