
ବିଶ୍ଵକଲ୍ୟାଣ ସହରବାସୀ ଙ୍କ ସୁଖ ସମୃଦ୍ଧି ନିମନ୍ତେ ହାଡଗୋଡ଼ିଆ ସାହି ରାଧାଗୋବିନ୍ଦ ଲେନ ଚତୁର୍ଥ ଗଳି ଠାରେ ସିଦ୍ଧିଦାତ୍ତା ମହାବୀରଙ୍କ ସୁନ୍ଦରକାଣ୍ଡ ପାଠ ଅନୁଷ୍ଠିତ ହୋଇଥିଲା |ମହନ୍ତ ଉମାଶଙ୍କର ଦାସଜୀ ମହାରାଜଙ୍କ ନେତୃତ୍ୱରେ ଶତାଧିକ ବ୍ରାହ୍ମଣ, ସାଧୁ, ସନ୍ଥ ଏକତ୍ର ହୋଇ ସୁନ୍ଦରକାଣ୍ଡ ପାଠ କରିଥିଲେ |ଏଥିରେ ସ୍ଥାନୀୟ ମହିଳା ଭକ୍ତ ମାନଙ୍କ ବହୁଳ ମାତ୍ରାରେ ଅଂଶ ଗ୍ରହଣ କରିଥିଲେ |ଶେଷରେ ମହାପ୍ରସାଦ ସେବନ କରାଯାଇଥିଲା |କାର୍ଯ୍ୟକ୍ରମ କୁ କମଳା କାନ୍ତ ମିଶ୍ର, ଲକ୍ଷ୍ମୀ ନାରାୟଣ ମହାପାତ୍ର, ପ୍ରମୋଦ କୁମାର ପୃଷ୍ଟି, ବିରଞ୍ଚି ନାରାୟଣ ମହାନ୍ତି, ରାଜ କୁମାର ସାହୁ, ତ୍ରିନାଥ ବେହେରା, ରମେଶ କୁମାର ମହାନ୍ତି,ଟୁଡୁ, ତୋଫାନ ପ୍ରମୁଖ ପରିଚାଳନା କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO