ଭୁବନେଶ୍ୱର – ରାଜ୍ୟର ସମସ୍ତ ୧୬,୧୧୭ଟି ସରକାରୀ ଏମଇ ସ୍କୁଲରେ ପାଇଖାନା ତିଆରି ହୋଇଛି । କେବଳ କେନ୍ଦ୍ରାପଡା ଜିଲ୍ଲାର ଦେ ସାହିସ୍ଥିତ ପଂଚାୟତ ବାଳିକା ଉଚ୍ଚ ବିଦ୍ୟାଳୟକୁ ଛାଡି ୨୮୮ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଇଖାନା ଅଛି । ତେବେ ୧୧ଟି ବେସରକାରୀ ଅନୁଦାନ ପ୍ରାପ୍ତ ବାଳିକା ଉଚ୍ଚବିଦ୍ୟାଳୟରେ ନାହିଁ । ସେସବୁ ସ୍କୁଲରେ ପାଇଖାନା ତିଆରି ପାଇଁ ନିଦେ୍ର୍ଧଶ ଦିଆଯାଇଛି ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ବିଧାନସଭାରେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନର ଉତର ଦେଇ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ଯେଉଁସବୁ ସ୍ଥାନରେ ପାଇଖାନା ଠିକ୍ ଅବସ୍ଥାରେ ନାହିଁ ବୋଲି କୁହାଯାଉଛି ତାହା ଠିକ୍ ନୁହେଁ । ସଠିକ୍ ବ୍ୟବହାର ନହେବା ଯୋଗୁଁ ସେଗୁଡିକ ନଷ୍ଟ ହେଉଛି । ଏଗୁଡିକର ରକ୍ଷଣାବେକ୍ଷଣା ପାଇଁ ସେ ବ୍ୟକ୍ତିଗତ ଭାବେ ସରପଂଚ ମାନଙ୍କୁ ଚିଠି ଲେଖିଛନ୍ତି ।
ଏପ୍ରସଙ୍ଗରେ ବିଜେପି ଉପନେତା ବିଷ୍ଣୁ ସେଠୀ କହିଥିଲେ ଯେ ମନ୍ତ୍ରୀ ସବୁ ଏମଇ ସ୍କୁଲରେ ପାଇଖାନା ରହିଛି ବୋଲି ଯେଉଁ ତଥ୍ୟ ଦେଇଛନ୍ତି ବାସ୍ତବରେ ସେତିକି ନହାିଁ । ନୋଡାଲ ଅଫିସରମାନେ କେବଳ କାଗଜ କଲମରେ ସବୁକିଛି ଠିକ୍ ଥିବା ଦର୍ଶାଇଦେଉଛନ୍ତି । ଏସମ୍ପର୍କରେ ମନ୍ତ୍ରୀ ଠୋସ୍ ପଦକ୍ଷେପ ନି୍ରଅନ୍ତୁ ବୋଲି ସେ ଦାବି କରିଥିଲେ ।
ସେହିପରି ବିଜେଡି ସଭ୍ୟ ପ୍ରଦୀପ ମହାରଥୀ ଅତିରିକ୍ତ ପ୍ରଶ୍ନ କରିଥିଲେ ଯେ ସ୍କୁଲରେ ନିର୍ମିତ ପାଇଖାନାରେ ପାଣି ବ୍ୟବସ୍ଥା ଅଛି କି ? ଏହାର ସୁପରିଚାଳନା ପାଇଁ ସ୍ୱିପର ନିଯୁକ୍ତି କରିବେ କି ? ଏହାର ଉତରରେ ମନ୍ତ୍ରୀ କହିଥିଲେ ଯେ ସ୍ୱିପର ନିଯୁକ୍ତି କଥା ବିଚାର କରାଯାଇନାହିଁ । ମାତ୍ର ସମସ୍ତ ସ୍କୁଲରେ ପାଣି ବ୍ୟବସ୍ଥା ରହିଛି ।