
ଝାରସୁଗୁଡ଼ା – ଝାରସୁଗୁଡା ଥାନା ବିଟିଏମ ଫାଣ୍ଡି ଅନ୍ତର୍ଗତ ପ୍ରସନ୍ନ ପଣ୍ଡା ଛକ ଠାରେ ଟ୍ରକ ·ପାରେ ଜଣେ ସ୍କୁଲ ଛାତ୍ରୀ ର ମୃତ୍ୟ ପରେ ଉତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି ।
ପୋଲିସ ସୁତ୍ରରୁ ପ୍ରକାଶ ମଙ୍ଗଳବାର ସନ୍ଧ୍ୟା ୪.୧୫ ମିନିଟରେ ଏଚ.କଟାପାଳି ସ୍କୁଲର ଦଶମ ଶ୍ରେଣୀରେ ପଢ଼ୁଥିବା ସ୍ୱପ୍ନା ଜେନା(୧୪) ଓ କେ.ସୁସ୍ମିତା ପାତ୍ର ଘରକୁ ଫେରିବା ବେଳେ ଝାରସୁଗୁଡା ଥାନା ବିଟିଏମ ଫାଣ୍ଡି ଅନ୍ତର୍ଗତ ପ୍ରସନ୍ନ ପଣ୍ଡା ଛକ ଠାରେ ସମ୍ବଲପୁର ପଟୁ ସୁନ୍ଦରଗଡ ପଟେ ଯାଉଥିବା ଏକ ଟ୍ରକ ଓଆର-୨୩-ଡି-୫୪୬୧ ପଛରୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ସ୍ୱପ୍ନାର ମୃତ୍ୟୁ ହୋଇଥିଲା । ସୁସ୍ମିତା ଅଳ୍ପକେ ବର୍ତି ଯାଇଥିଲା । ସୁସ୍ମିତା ସମ୍ପୂର୍ଣ୍ଣ ସୁସ୍ଥ ଥିବା କୁହାଯାଇଛି । ଖବର ପାଇ ଉତ୍ୟକ୍ତ ଲୋକେ ଘଟଣା ସ୍ଥଳରେ ପହଂଚି ରାସ୍ତା ଅବରୋଧ କରିଛନ୍ତି । ଛାତ୍ରୀ ଜଣକ ବିଟିଏମ ଅଂଚଳର ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି । ଦୁର୍ଘଟଣା ଘଟାଇ ଥିବା ଟ୍ରକ ଓ ଡ୍ରାଇଭର ଅଟକ ଥିବା ପୋଲିସ ସୂତ୍ରରୁ ପ୍ରକାଶ ।
ଖବର ଲେଖା ଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରୀ ରହିଥିବାବେଳେ ପ୍ରସନ୍ନ ପଣ୍ଡା ଛକଟି ଏକ ମୁଖ୍ୟ ଛକ ହୋଇଥିବାରୁ ସୁନ୍ଦରଗଡ଼ ,ସମ୍ବଲପୁର ,ଝାରସୁଗୁଡ଼ା ଓ ବ୍ରଜରାଜନଗରକୁ ସଂଯୋଗ କରୁଥିବାରୁ ଚତୁପାର୍ଶ୍ୱରେ ଶହ ଶହ ଟ୍ରକ ଓ ଯାନବାହାନ ଅଟକି ରହିଛି ।