ଝାରସୁଗୁଡ଼ା -ଲଖନପୁର ବ୍ଲକ ତିଲିଆ ମୌଜା ସ୍ଥିତ ଓପିଜିସିର ପାଉଁଶ ପୋଖରୀ ନିର୍ମାଣ କାର୍ଯ୍ୟ କରୁଥିବା ଘୋରୋଇ କମ୍ପାନୀର ଠିକା ଶ୍ରମିକ ଦୁର୍ଘଟଣା ପରେ ଏବେ ପ୍ରାପ୍ୟ ପାଇଁ ହଇରାଣ ହେଉଛନ୍ତି ।ଏନେଇ ଶ୍ରମିକ ଜଳ ଅନେକଥର କମ୍ପାନୀ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ବିଫଳ ହେବାରୁ ଶେଷରେ ନ୍ୟାୟ ପାଇବାକୁ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରାପ୍ୟ ନମିଳିଲେ ଆସନ୍ତା ୨୫ ତାରିଖରୁ ଆମରଣ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି ।ଏଥିସହ ଅଭିଯୋଗପତ୍ର ଏସପି, ସ୍ଥାନୀୟ ଥାନାଧିକାରୀଙ୍କ ସମେତ ସମ୍ପୃକ୍ତି ଠିକା ସଂସ୍ଥାକୁ ମଧ୍ୟ ଦେଇଛନ୍ତି । ସୂଚନା ଥାଉକି କୁମ୍ଭାରବନ୍ଧ ଗ୍ରାମର ଚକାନୟନ ବିଶ୍ୱାଳ(୨୭) ତିଲିଆ ମୌଜା ସ୍ଥିତ ଓପିଜିସିର ପାଉଁଶ ପୋଖରୀ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀ ବାଲାଜୀ ଅଧୀନରେ ସୁପରଭାଇଜର କାମ କରୁଥିଲେ । ଗତ ଜନ ୨୭ ତାରିଖ କାର୍ଯ୍ୟରତ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କର ଡାହାଣ ଗୋଡ଼ରେ ଗଭୀର ଆଘାତ ହେବା ସହିତ ଭାଙ୍ଗି ଯାଇଥିଲା । ତାଙ୍କୁ ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ ପ୍ରଥମେ ଇବଥର୍ମାଲ ଡାକ୍ତରଖାନାରେ ଓ ପରେ ଭୀମସାରରେ ପ୍ରାଥମିକ ଚିକିତ୍ସା ପରେ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା କରାଯାଇଥିଲା । ସେଠାରେ ଅପରେସନ ପରେ ଜୁଲାଇ ୯ ତାରିଖ ତାଙ୍କୁ ଡିସ·ର୍ଜ କରାଯାଇଥିଲା ୟଚିକିତ୍ସା ହେବାର ପ୍ରଥମ ଦିନରୁ ଶେଷ ପର୍ଯ୍ୟନ୍ତ ଯେତେ ଔଷଧ ଲାଗିଥିଲା ତାକୁ କମ୍ପାନୀ ବହନ କରିଥିଲା । କମ୍ପାନୀ କେବଳ ନର୍ସିଂହୋମ ଖର୍ଚ୍ଚକୁ ଛାଡିଦେଲେ ଆଉ କିଛି ବହନ କରୁନଥିବା ସେ ଅଭିଯୋଗ କରିଛନ୍ତି । ଯାହା ଫଳରେ ପଇସାପତ୍ର ଅଭାବରୁ ସେ ଓ ତାଙ୍କ ପରିବାର ଘୋର ସଂକଟରେ ଚଳୁଛନ୍ତି । ତେଣୁ ଯଦି ଆସନ୍ତା ୨୫ ମଧ୍ୟରେ ତାଙ୍କୁ କିଛି ସାହାଯ୍ୟ ନମିଳେ ତେବେ ସେ ଅମରଣ ଅନଶନ କରିବେ ବୋଲି କହିଛନ୍ତି ।