ଭୁବନେଶ୍ୱର,ମୋ ବସ୍ ରୁ ଚୋରି କରୁଥିବା ୨ ଲୁଟେରାଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି । ଧରାପଡ଼ିଥିବା ୨ ଲୁଟେରା ହେଲେ- ସଞ୍ଜୟ ସିଂ ଓ ଗଣେଶ ପ୍ରଧାନ ।ସେମାନଙ୍କ ପାଖରୁ ପୋଲିସ୍ ଚୋରି ମୋବାଇଲ୍, ଲାପ୍ଟପ୍, ଟଙ୍କା, ମନିପର୍ସ ଇତ୍ୟାଦି ଜବତ କରିଛି ।
ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ ମୋ ବସ୍ ରୁ ଲଗାତାର ଚୋରି ହେଉଥିବାର ଅଭିଯୋଗ ଆସିଥିଲା । ଗତକାଲି ଦୁଇ କଲେଜ ଛାତ୍ରୀଙ୍କ ଠାରୁ ଲେଡି ଲୁଟେରା ମୋବାଇଲ ଲୁଟି ନେଇଥିଲେ । ‘ମୋ ବସ୍ ର ୧୬ ନମ୍ବର ରୁଟ୍ ବସ୍ରେ ଏହି ୨ କଲେଜ ଛାତ୍ରୀ ଉଠିଥିଲେ । ବସ୍ ରେ ବସିଥିବା ବେଳେ ତାଙ୍କ ବ୍ୟାଗ୍ ରୁ ମୋବାଇଲ ଚୋରି ହୋଇଯାଇଥିଲା । ଏନେଇ ଉଭୟ ଛାତ୍ରୀ ସହୀଦନଗର ଥାନାରେ ଅଭିଯୋଗ କରିଥିଲେ । ସେହିପରି ବୁଧବାର ଦିନ ‘ମୋ ବସ୍’ରେ ଜଣେ କ୍ୟାନ୍ସର ରୋଗୀଙ୍କଠାରୁ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ଜଣେ ଯୁବତୀଙ୍କ ଠାରୁ ଗୋଟିଏ ମୋବାଇଲ ଚୋରି ଅଭିଯୋଗ ହୋଇଥିଲା ।