
ଭୁବନେଶ୍ୱର, ହକି ଇଣ୍ଡିଆ ସଭାପତି ହୋଇଛନ୍ତି ଓଡ଼ିଆ ହକି ତାରକା ଦିଲ୍ଲୀପ ତିର୍କୀ ।ହକି ଇଣ୍ଡିଆ ସଭାପତି ହେବାରେ ଦିଲ୍ଲୀପ ହେଉଛନ୍ତି ପ୍ରଥମ ଓଡିଆ । ପୂର୍ବତନ ହକି ଅଧିନାୟକ ଦିଲ୍ଲୀପ ତିର୍କୀ ଗତ ୧୮ ତାରିଖରେ ନୋମିନେସନ ଦାଖଲ କରିଥିଲେ । ଆସନ୍ତା ଅକ୍ଟୋବର ୧ତାରିଖରେ ହକି ଇଣ୍ଡିଆ ସଭାପତି ନିର୍ବାଚନ ହେବାକୁ ଥିବାବେଳେ ଦିଲ୍ଲୀପ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ଦିଲ୍ଲୀପଙ୍କ ସମେତ ଅନ୍ୟ ଦୁଇ ଜଣ ମଧ୍ୟ ହକି ଇଣ୍ଡିଆ ସଭାପତି ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ଦୁଇ ଜଣ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ଫଳରେ ଦିଲ୍ଲୀପ ତିର୍କୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି ।
ଏହାପରେ ପ୍ରତିକ୍ରିୟା ଦେଇ ଦିଲ୍ଲୀପ କହିଛନ୍ତି ଭାରତୀୟ ହକିକୁ ଶୀର୍ଷ ସ୍ତରରେ ପହଁଚାଇବା ମୋର ଲକ୍ଷ୍ୟ । ତେଣୁ ଯଥା ସମ୍ଭବ ଦଳକୁ ଆଗକୁ ନେବାକୁ ପ୍ରୟାସ କରିବି । ଦିଲ୍ଲୀପ ତିର୍କୀ ବର୍ତମାନ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି ।