ଭୁବନେଶ୍ୱର – ଅସୁରେଶ୍ୱରସ୍ଥିତ ଗୋରକ୍ଷଣିର ପ୍ଲାଟିନମ ଜୁବଲି ଆସନ୍ତା ଡିସେମ୍ବର ୧୪ ଓ ୧୫ ତାରିଖ ଦୁଇଦିନ ଧରି ଅନୁÂିତ ହେବ । ଏହା ପୂର୍ବରୁ ପଂଚାୟତିରାଜ, ପାନୀୟ ଜଳ, ଆଇନ୍ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁÂିତ ହୋଇଯାଇଛି ।
ଏହି ଉତ୍ସବରେ ରାଜ୍ୟପାଳ, ପୁରୀ ଗଜପତି ମହାରାଜ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏହି ଅବସରରେ ଅସୁରେଶ୍ୱର ଓ ତା’ର ଆଖପାଖ ଅଂଚଳରେ ଗାଈଗୋରୁମାନଙ୍କ ଲାଗି ସ୍ୱତନ୍ତ୍ର ଚିକିତ୍ସା ଶିବିର ଅନୁÂିତ ହେବ ।
ରାଜ୍ୟର ସର୍ବପୁରାତନ ଏହି ଗୋରକ୍ଷଣି ସଂସ୍ଥା ନିରବଚ୍ଛିନ୍ନ ଭାବେ ୭୫ ବର୍ଷ ଧରି ତା’ର କାର୍ଯ୍ୟ ନିର୍ବାହ ସୁଚାରୁରୂପେ କରିଆସୁଛି । ଏହି ସଂସ୍ଥାରେ ବ୍ୟବସାୟିକ ଭିତିରେ ଗୋପାଳନ କରାନଯାଇ ବୃଦ୍ଧ, ଅକର୍ମଣ୍ୟ ଗୋରୁଗାଈଙ୍କୁ ରଖାଯାଇ ସେମାନଙ୍କ ସେବା, ଯତ୍ନ ଆଦି ନିଆଯାଉଛି । ଅସୁରେଶ୍ୱର ଗୋରକ୍ଷଣିର ପରିଚାଳନା ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା କରାଯାଇଥାଏ । ଏଠାରେ ଗୋମାତାଙ୍କ ସେବା ପାଇଁ ବିଭିନ୍ନ ଗାଁର ଅନୁ୍ୟନ ୫ହଜାର ପରିବାରରେ ମୁଷ୍ଟିଭିକ୍ଷା ପାତ୍ର ରଖାଯାଇ ଚାଉଳ ସଂଗ୍ରହ ହୋଇଥାଏ । ଏହାଛଡ଼ା ଆଉ କେତେକ ବଦାନ୍ୟ ବ୍ୟକ୍ତି ଓ ବ୍ୟବସାୟିକ ସଂସ୍ଥା ମଧ୍ୟ ଗୋପୂଜନ ପାଇଁ ଯଥାଶକ୍ତି ସହାୟତା ଦେଇଥାନ୍ତି । ୧୯୪୩ ମସିହାରେ ଏହି ଗୋରକ୍ଷଣି ପ୍ରତିÂିତ ହେବା ପରଠାରୁ ଏଯାବତ୍ ଜନଆଧାରିତ ହୋଇ ଚାଲିଛି ।
ପ୍ଲାଟିନମ୍ ଜୁବଲି ଅବସରରେ ଗୋ-ସେବକମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ପ୍ରସ୍ତୁତି ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ଉକ୍ତ ବୈଠକରେ ଗୋରକ୍ଷଣିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ।