ସୁବର୍ଣ୍ଣପୁର, ଗତ୧୧ ତାରିଖରୁ ୧୮ ତାରିଖ ଯାଏ ସ୍ଥାନୀୟ ପ୍ରତୀକ ରାଇସ ମିଲ କଳାପଥର ଗାଁ ଠାରେ ସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ ମହାପୁରାଣ ପଠନ କରାଯାଇଥିଲା। ଗତ ୧୧ ତାରିଖରେ କଳସ ଯାତ୍ରା ପରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିବା ବେଳେ ପାତାଳି ଶ୍ରୀକ୍ଷେତ୍ର ନିକଟସ୍ଥ କୋଟସାମଲେଇର ବ୍ୟାସ ଶ୍ରୀରାମ ପଣ୍ଡା, ବ୍ରହ୍ମା ରାଜୀବ ଲୋଚନ ପଣ୍ଡା ଓ ସାଥି କଳାକାରଙ୍କ ଦ୍ଵାରା ଶ୍ରୀମଦ ଭାଗବତ ପାଠ ଓ ସଂଗୀତ ମାଧ୍ୟମରେ ଏହାକୁ ଖୁବ ସୁନ୍ଦର ଶୈଳୀରେ ସପ୍ତାହ ବ୍ୟାପି ପରିବେଷଣ କରାଯାଇଥିଲା। ଯାହାକି ପ୍ରତ୍ୟହ ହଜାର ଶ୍ରୋତା ଦର୍ଶକ ଶୁଣି ପୁଣ୍ୟ ଅର୍ଜନର ସୁଯୋଗ ପାଇଥିଲେ। ସୋନପୁର ସହର ତଥା ପାଖଆଖ ଗାଁ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚାରିଆଡେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ସପ୍ତମ ଦିନରେ ଆୟୋଜକ ମନୋଜ ଅଗ୍ରୱାଲାଙ୍କ ସୁଦାମା ଚରିତ୍ର ଓ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଦୀନେଶ ଅଗ୍ରୱାଲା ଓ ଧର୍ମ ପତ୍ନୀ ବବିତା ଅଗ୍ରୱାଲାଙ୍କ ରାଧା କୃଷ୍ଣ ଚରିତ୍ରର ଜୀବନ୍ତ ଅଭିନୟ ସମେତ “ଆରେ ଦ୍ଵାରପାଳ କନ୍ନହେୟା ସେ କେହେଦୋ” ଓ ଆରତୀ ଉତାରୋରେ ଶ୍ରୀ ରାଧେ ଶ୍ୟାମ ଜୀ କି, ସୀତାରାମ ଜୀ କି, ଆରତୀ ବନ୍ଦନା କାର୍ଯ୍ୟକ୍ରମ ସପ୍ତାହର ସବୁଠୁଁ ଖୁବ ଆକର୍ଷଣ ଥିଲା, ଯାହାକି ପାଞ୍ଚ ହଜାର ଭକ୍ତ ଶ୍ରୋତାଙ୍କୁ ଭାବ ବିହ୍ଵଳ କରି ପକାଇଥିଲା।
ପ୍ରତୀକ ରାଇସ ମିଲର ପ୍ରୋପାଇଟର ତଥା ମାରୱାଡି ଯୁବାମଞ୍ଚର ସଭାପତି ମନୋଜ ଅଗ୍ରୱାଲା ଓ ଭାଇ ବଣ୍ଟୁ ଅଗ୍ରୱାଲାଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିବା ଏଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ପ୍ରତ୍ୟହ ହଜାର ଭକ୍ତ ସାଧୁ ସନ୍ଥଙ୍କ ପାଇଁ ପ୍ରସାଦ ସେବନର ଆୟୋଜନକୁ ସହର ଓ ଆଖପାଖ ଅଞ୍ଚଳର ଲୋକେ ଖୁବ ପ୍ରଂଶସା କରିଛନ୍ତି।