ବଲାଙ୍ଗିର, ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡ଼ା( ରାଜେନ୍ଦ୍ର ଯୁବକ ସଂଘ ଦ୍ଵାରା ପ୍ରଯୋଜିତ) ତରଫରୁ ଆଜି ବେହେରାପାଲି କମ୍ୟୁନିଟୀ ହଲ ଠାରେ ଏକ ଅଣସଂକ୍ରମକ ରୋଗ ଚିହ୍ନଟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ସ୍ବାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢି ଏବଂ ଡାକ୍ତର ଶ୍ରେୟସ ପାଣିଗ୍ରାହୀ (ମୁଖ ଓ ଦାନ୍ତ ରୋଗ ବିଶେଷଜ୍ଞ) ସମେତ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ, ସ୍ଥାନୀୟ ଆଶା ଦିଦି, ମହିଳା ସ୍ବାସ୍ଥ୍ୟକର୍ମୀ ମାନେ ଯୋଗଦାନ କରି ସହଯୋଗ କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ଜିଲ୍ଲା ସିଡ଼ିଏମଓ ଅଫିସ ତରଫରୁ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟକିଶୋର ପତି ଓ ଅତିରିକ୍ତ ପ୍ରୋଗ୍ରାମ ମ୍ୟାନେଜର ରାମାନୁଜ ପଣ୍ଡା ଯୋଗଦାନ କରି ଉକ୍ତ ଶିବିରକୁ ନିରୀକ୍ଷଣ ଓ ତଦାରଖ କରିଥିଲେ ।
ଏହି ସ୍ବାସ୍ଥ୍ୟ ଶିବିରରେ ୧୫୦ ରୁ ଉର୍ଦ୍ଧ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରକ୍ତ ପରୀକ୍ଷା, ଔଷଧ ଓ ଡାକ୍ତର ପରାମର୍ଶ ଉପଲବ୍ଧ କରାଯାଇଥିଲା।