
ଭଦ୍ରକ – ବିଶ୍ବ ପ୍ରେକ୍ଷାପଟ୍ଟରେ ଭାରତ ବୈଦେଶିକ ନୀତିରେ ସକରାମôକ ମନୋଭାବ ପୋଷଣ କରିଆସିଛି। ଦେଶ ସ୍ବାଧୀନ ହେବଠାରୁ ଏଯାବତ୍ ପଡ଼ୋଶୀ ରାଷ୍ଟ୍ରସମୂହ ସହ ଭାରତ ବନ୍ଧୁତ୍ବପୂର୍ଣ୍ଣ ସµର୍କ ଜରିଆରେ ସ୍ଥିରତା ବଜାୟ ରଖôବାକୁ ଉଦ୍ୟମ କରିଛି। ଏବେକା ସ୍ଥିତରେ ମଧ୍ଯ ଭାରତ କୂଟନୈତିକ ସµର୍କରେ ବିଚକ୍ଷଣତା ପ୍ରଦର୍ଶନ କରି ସାରାବିଶ୍ବକୁ ଚକିତ କରିଦେଇଛି। ଏଣୁ ବୈଦେଶିକ ସµର୍କ ରସାୟନ ବିଜ୍ଞାନ ଭଳି ଏକ ବିଜ୍ଞାନସମ୍ମତ ବ୍ୟାପାର ହେଲେ ମଧ୍ଯ ଏହାବି ଏକ କଳା, ଯାହାର ଯଥାର୍ଥ ପ୍ରୟୋଗରେ ଦେଶ ବହୁମୁଖୀ ସଫଳତା ହାସଲ କରିଥାଏ ବୋଲି ପ୍ରାକ୍ତନ ବୈଦେଶିକ ରାଷ୍ଟ୍ରଦୂତ ତଥା ବୈଦେଶିକ ସଚିବ ଲଳିତ ମାନସିଂହ ପ୍ରକାଶ କରିଛନ୍ତି। ଭଦ୍ରକ ଟାଉନହଲ୍ ପରିସରରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶାର ବିଶିଷ୍ଟ ବାଗ୍ମୀ ଅଧ୍ଯାପକ ଡକ୍ଝର ପୀତାମ୍ବର ସ୍ବାଇଁଙ୍କ ୮୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ। ସ୍ମୃତିସଂସଦର ବରିଷ୍ଠ ସଦସ୍ୟ ଅଧୀବକ୍ତା ନିରାକାର ଜେନାଙ୍କ ପୌରୋହିତ୍ୟରେ ଓ ଗାଳ୍ପିକ ପ୍ରାଧ୍ଯାପକ ପବିତ୍ର ପାଣିଗ୍ରାହୀଙ୍କ ସାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଓ ଉଦ୍ଘାଟକ ଭାବେ ଶ୍ରୀ ମାନସିଂହ େଯାଗଦେଇ ଉପରୋକ୍ତ ବକ୍ତବ୍ୟ ରଖôଥିଲେ। ମୁଖ୍ୟବକ୍ତା ଭାବେ ଚିନ୍ତାନାୟକ ପ୍ରଫେସର ଡ. ଧନେଶ୍ବର ସାହୁ େଯାଗଦେଇ ମାନବିକତାର ସଙ୍କଟ, ସ୍ଥିତିବାଦର ହେତୁ ଓ ନୂତନ ସମୟର ନକ୍ସା ଅଙ୍କନ ଉପରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଶିଷ୍ଟ ବାଗ୍ମୀ ପ୍ରଫେସର ଡ. ବାବାଜୀଚରଣ ପଟ୍ଟନାୟକଙ୍କୁ ଅର୍ଥରାଶି, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ରାଜ୍ୟସ୍ତରୀୟ ବାଗ୍ମିତା ସମ୍ମାନ, ପ୍ରଫେସର ଏମ୍.ଏ. ନବୀଙ୍କୁ ସ୍ବତନ୍ର ସରସ୍ବତୀ ସମ୍ମାନ ଓ ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତିଙ୍କୁ ଜିଲ୍ଲାସ୍ତରୀୟ ବିରଳ ବ୍ୟକ୍ତିତ୍ବ ସମ୍ମାନ ପ୍ରଦାନ କରାଯାଇଥିଲା। ସ୍ମୃତି ସଂସଦ ପକ୍ଷରୁ ଡକ୍ଝର ସ୍ବାଇଁ ଜୀବନ ଆଧାରିତ ପୁସ୍ତକ ‘ଆରସାରୁ ଓଡ଼ିଶା’ର ସୁଦୃଶ୍ୟ ସଂସ୍କରଣ ଲୋକାର୍ପିତ ହୋଇଥିଲା। ସ୍ବର୍ଗତ ସ୍ବାଇଁଙ୍କ ଜ୍ୟେଷ୍ଠପୁତ୍ର ଖାରବେଳ ସ୍ବାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିେଯାଗିତର କୃତି ପ୍ରତିେଯାଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଜଗନ୍ନାଥ କଳା ପରିଷଦ ପକ୍ଷରୁ ପ୍ରାରମ୍ଭିକ ସଂଗୀତ ‘ବନ୍ଦେ ଉକ୍ରଳ ଜନନୀ’ ଗାନ କରାଯାଇଥିଲା। ସଂପାଦକ ଡ. ଶଶଧର ଦାସ ସµାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ଅଧ୍ଯାପକ ବିଶ୍ବରଂଜନ ଦାସ ଅତିଥିମାନଙ୍କୁ ମଆହ୍ବାନ, ଶିବଚରଣ ଖାମୁରାଇ, ରୁଦ୍ରମାଧବ ବାରିକ୍ ମାନପାଠ କରିଥିଲେ ଓ ପ୍ରାଧ୍ଯାପକ କମଳାକାନ୍ତ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।