ବଲାଙ୍ଗିର, ବଲାଙ୍ଗିର ସ୍ଥିତ ରାମଗୋପାଳ ହିନ୍ଦୀ ବିଦ୍ୟାଳୟରେ ଗତକାଲି ହିନ୍ଦୀ ପକ୍ଷ ପାଳନ ଅବସରରେ ସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ହିନ୍ଦୀ ଶିକ୍ଷକ ସୁଶାନ୍ତ କୁମାର ନାୟକ ଅଧ୍ୟକ୍ଷତାରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଭିତରେ ସ୍ବରଚିତ କବିତା ପାଠ ଓ ପ୍ରବନ୍ଧ ପାଠ ସହିତ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିକ୍ଷୟତ୍ରୀ ମାଧବିକା ଚାଟାର୍ଜି ହିନ୍ଦି ଦିବସ ଉପରେ ବକ୍ତବ୍ୟ ରଖିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା।