
ବଲାଙ୍ଗିର, ଶାନ୍ତିପଡା ସ୍ଥିତ ଶିବ ମନ୍ଦିରରୁ ଚୋରି ହୋଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରୀରେ ଚୋର ମାନେ ମନ୍ଦିର କବାଟର ତାଲା ଭାଙ୍ଗି ଭିତରେ ଥିବା ଦାନବାକ୍ସ ସହ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଛନ୍ତି । ଏହାକୁ ନେଇ ବଲାଙ୍ଗିର ଟାଉନ ଥାନାରେ ମଧ୍ୟ ଅଭିଯୋଗ ହୋଇଥିବା ବେଳେ ଖବର ଲେଖା ହେବା ଯୋଏଁ ପୋଲିସ ଘଟଣାସ୍ଥଳରେ ପହଂଚି ନଥିବା ଜଣାପଡିଛି ।