ଭଦ୍ରକ – ଗ୍ରାମାଳରେ ସ୍ବାସ୍ଥ୍ୟସେବା ପହାଇବା ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ତରଫରୁ ସମୟ ତିହିଡ଼ି ବ୍ଲକ ସିନ୍ଦୋଳ ପାୟତରେ ଆଦାନୀ ଧାମରା ପୋର୍ଟ ପକ୍ଷରୁ ସିନ୍ଦୋଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ୧୭ ତାରିଖରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ା ଏହି ସ୍ବାସ୍ଥ୍ୟ ଶିବିରକୁ ସିନ୍ଦୋଳ ସରପ ବୈକୁଣ୍ଠନାଥ ପାଣି ମୁଖ୍ୟଅତିଥି ଭାବେ େଯାଗଦେଇ ଉଦ୍ଘାଟନ କରିଥିଲେ ା ଏଥିରେ ବିଶେଷଜ୍ଞମାନଙ୍କ ଦ୍ବାରା ଭେଷଜ, ଶିଶୁ, ସ୍ତ୍ରୀ ଓ ପ୍ରସୂତି, ଚର୍ମ, ଅସ୍ଥିଶଲ୍ୟ, ଡାଇବେଟିସ ଓ ହୃଦରୋଗ ଆଦି ବିଭାଗର ମୋଟ ୧,୨୨୦ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରଯିବା ସହ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା ା ଗ୍ରାମାଳରେ ଉକ୍ରୃଷ୍ଟ ସ୍ବାସ୍ଥ୍ୟସେବା େଯାଗାଇବା ସହ ବିଭିନ୍ନ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଇବା ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ତରଫରୁ ପ୍ରୟାସ ଜାରି ରଖାଯାଇଛି ା ଗ୍ରାମାଳର ଘରେ ଘରେ ସ୍ବାସ୍ଥ୍ୟସେବା ପହାଇବା ନିମନ୍ତେ ଆଦାନୀ ଫାଉଣ୍ଡେସନ ନିଜର ଉଦ୍ଧେଶ୍ୟକୁ ବଳବର ରଖିପାରିଛି ା ଏକ ରୋଗମୁକ୍ତ ତଥା ସୁସ୍ଥ ଜୀବନ ଅତିବାହିତ ସହ ପରିବେଶକୁ ସ୍ବଚ୍ଛ ରଖିବା ନିମନ୍ତେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ପ୍ରୟାସ ଜାରି ରଖାଯାଇଛି ା ଏହି ପ୍ରକାର ସ୍ବାସ୍ଥ୍ୟ ଶିବିର ଆୟୋଜନ େଯାଗୁ ଗ୍ରାମାଳ ଲୋକମାନେ ସେମାନଙ୍କ ରୋଗକୁ ଚିହ୍ନଟ କରି ନିୟମିତ ଭାବେ ଏହାର ଚିକିତ୍ସା କରାଇପାରିବେ ା ଡାକ୍ତର ସତ୍ୟରଞ୍ଜନ ବେହେରା, ହୃଦ୍ ଓ ସ୍ନାୟୁ ବିଶେଷଜ୍ଞ ଡଃ ଝୁଲଣ ଜେନା, ଶିଶୁରୋଗ ବିଶେଷଜ୍ଞ ଡଃ କାହ୍ନୁଚରଣ ପଣ୍ଡା, ଭେଷଜ ବିଶେଷଜ୍ଞ ଡଃ ପ୍ରଫୁଲ୍ଲ ଦୀକ୍ଷିତ, ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡଃ କ୍ଷେତ୍ରବାସୀ ଥାଟୋଇ ଏବଂ ହେଲ୍ପେଜ୍ ଇଣ୍ଡିଆର ଡଃ ବି କେ ସାହୁ ପ୍ରମୁଖ ବିଶେଷଜ୍ଞ ଏଥିରେ େଯାଗ ଦେଇ ରୋଗୀମାନଙ୍କର ଚିକିତ୍ସା କରିଥିଲେ ା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ସମ୍ମାନୀତ ଅତିଥି ଭାବେ ଧନେଶ୍ବର ପାଣି, ରାମକୃଷ୍ଣ ବାରିକ, ପ୍ରଧାନ ଶିକ୍ଷୟିତ୍ରୀ ବିଶ୍ବମୈତ୍ରୀ ନାୟକ, ପ୍ରବୀର ନାୟକ, ଅନିରୁଦ୍ଧ ବାରିକ, ନାଏବ ସରପ ରାଜଶ୍ରୀ ନାୟକ, ଜଗବନ୍ଧୁ ବାରିକ, ନାରାୟଣ ପୃଷ୍ଟି, ପରମାନନ୍ଦ ନାୟକ, ଆଲୋକ ମଲ୍ଲିକ, ସରୋଜ ନାୟକ, ପ୍ରଦୀପ ଦାସ, ସୟଦ କାଲା, ମାନଓ ବାରିକ, ଗୋପବନ୍ଧୁ ସ୍ବାଇଁ, ଚକ୍ରଧର ଦାସ, ନିରଞ୍ଜନ ନାୟକ, ଦେବେନ୍ଦ୍ର ବାରିକ, ଖେଳ ଶିକ୍ଷକ ଅଭୟ ସେନାପତି ଏବଂ ଧାମରା ପୋର୍ଟର ସିଏସ୍ଆର୍ ସତ୍ୟରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ା ଏହି କାର୍ଯ୍ୟକ୍ରମ ଅଶ୍ବିନୀ ହସ୍ପିଟାଲ ଏବଂ ହେଲ୍ପେଜ୍ ଇଣ୍ଡିଆର ମିଳିତ ସହେଯାଗରେ ଆୟୋଜନ କରାଯାଇଥିଲା।
Related Stories
November 22, 2024
November 22, 2024