ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲାର ଗଞ୍ଜାବାହାଲ ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଗୁରୁତର ଜଣେ ନାବାଳିକାଙ୍କ ବଲାଙ୍ଗୀର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶବ ବ୍ଯବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ବଲାଙ୍ଗୀର ପୋଲିସ।
କବାଟ କଣରେ ଛକି ବସିଥିଲା ମୃତ୍ୟୁ । ଖେଳୁ ଖେଳୁ କୁନି ଝିଅକୁ କାମୁଡି ଦେଲା ବିଷାକ୍ତ ସାପ । ୨୪ ଘଣ୍ଟା ଭିତରେ ଚାଲିଗଲା ଅମୂଲ୍ୟ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗଂଜାବାହାଲ ଗାଁରେ । ଗତକାଲି ରାତି ପ୍ରାୟ ଆଠଟା ଡୋଲାମଣି ସଗରିଆଙ୍କ ତିନି ବର୍ଷର ଝିଅ ରୂପା ଘର ଭିତରେ ଏକା ଏକା ଖେଲୁଥିଲା । ଛୋଟ ଝିଅ ଜାଣିନଥିଲା, ତା ପାଇଁ କବାଟ କଣରେ ଛକି ରହିଛି ମୃତ୍ୟୁ । କବାଟ କଣକୁ ଯାଇ ରୂପା ଏକ ଛୋଟ ସାପକୁ ଦେଖିଥିଲା । ଖେଲଣା ଭାବି ସାପକୁ ହାତରେ ଧରିବାକୁ ଚେଷ୍ଟା କରୁ କରୁ ହଠାତ କାମୁଡି ଦେଇଥିଲା ବିଷାକ୍ତ ସାପ । ପରିବାର ଲୋକେ ଜାଣିବା ପରେ ଛୋଟ ଝିଅକୁ ଖଡିଆଲ ହସପିଟାଲ ଏବଂ ପରେ କଣ୍ଟାବାଜିଂ ହସପିଟାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଝିଅକୁ ବଲାଙ୍ଗିର ରେଫର କରିଥିଲେ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ କୁନି ଝିଅର ଆଜି ସକାଳେ ମୃତ୍ୟୁ ହୋଇଛି । ଏକମାତ୍ର ଝିଅକୁ ଅସମୟରେ ହରାଇଥିବା ଡୋଲାମଣିଙ୍କ ପରିବାରରେ ଶୋକର ଛାୟା ଖେଲିଯାଇଛି।