ବଲାଙ୍ଗିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ଖପ୍ରାଖୋଲ ବ୍ଲକର ବିଜେପି ଓ କଂଗ୍ରେସ ଦଳର ୫୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଗତକାଲି ବିଜେଡିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ପଶ୍ଚିମ ଓଡିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ନବ ନିର୍ବାଚିତ ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ/ସଭ୍ୟା, ସମବାୟ ସମିତି ସଭାପତି, ଉପସଭାପତି ଓ ନିର୍ଦେଶକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବ୍ଲକ ସଭାପତି, ବିଧାୟକ ପ୍ରତିନିଧି, ବିଜେଡି କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ଉପସ୍ଥିତ ଥିଲେ