
ପୁରୀ, ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ସୋମବାର ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀରେ ଏସପି ଡ. କନୱର ବିଶାଲ ସିଂ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାୟକ, ଜିଲ୍ଲା ପରିଷଦର ଅତିରିକ୍ତ ସିଡିଓ ତଥା ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରେଖା ଦାସ, ସହକାରୀ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ପର୍ଶୁରାମ ମଲ୍ଲିକ, ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, ବିଡ଼ିଓ ତୁଷାର ଜ୍ୟୋତି ରଞନ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ମୋଟ ୬୧ ଗୋଟି ଅଭିଯୋଗ ପତ୍ର ମିଳିଥିବା ବେଳେ ତତକ୍ଷଣାତ ଗୋଟିଏ ଅଭିଯୋଗ ର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ପତ୍ର ଗୁଡିକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଦାନ ସହ ଆଇନ ଅନୁଯାୟୀ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।