ଭଦ୍ରକ – ଆସିଆନା ମୁକ୍ତାଶ୍ରୟ କେନ୍ଦ୍ରର ନିଖୋଜ ଅନ୍ତେବାସୀ ଜିଲ୍ଳା ଶିଶୁ ମଙ୍ଗଳ କମିଟିର ସଦସ୍ୟ ସତ୍ୟସୁନ୍ଦର ପୁହାଣ, ପ୍ରଦୀପ୍ତ କୁମାର କର ଓ ଏ.ଏସ.ଆଇ. ଲରେନ୍ସ କୁଜୁରଙ୍କ ଉପସ୍ଥିତରେ ପରିବାରକୁ ହସ୍ତାନ୍ତର କରାଗଲା। ପ୍ରକାଶ ଥାଉକି ଗତ ୩୧.୧୦.୧୯ତାରିଖରେ ଭଦ୍ରକ କାଳୀପୂଜା ଦେଖôବାକୁ ଆସିଥିବା ନାବାଳକ ପ୍ଲାଟଫର୍ମ ନଂ ୩ ରେଲେଓ୍ବ ଓଭରବ୍ରିଜ୍ ପାଖରେ କାନ୍ଦୁଥିବା ସମୟରେ ଆସିଆନାର ରିଆଜ ଅହମ୍ମଦ ଓ ବିକାଶ ରାଉତଙ୍କ ନଜରକୁ ଆସିଥିଲା। ଜିଆରପି ପୋଲିସଙ୍କ ସହାୟତାରେ ପିଲାଟିକୁ ଉଦ୍ଧାରକରି ଭଦ୍ରକ ଜିଲ୍ଲା ଶିଶୁମଙ୍ଗଳ କମିଟି ନିକଟରେ ହାଜର କରାଯାଇଥିଲା ଏବଂ ଉକ୍ତ କମିଟିର ନିଦ୍ର୍ଧେଶକ୍ରମେ ଆଦେଶ ନଂ୨୩୯ / ୧୯/୦୨ ମୂଳେ ଆସିଆନା ମୁକ୍ତାଶ୍ରୟ କେନ୍ଦ୍ରରେ ଆଶ୍ରୟ ଦିଆଯାଇଥିଲା। ପିଲାଟି ସଠିକ୍ ଠିକଣା କହିପାରୁନଥିବାରୁ ପିଲାଟିର ବାପା ମାଆଙ୍କୁ ଖୋଜାଯାଇ ପାରୁନଥିଲା, କିନ୍ତୁ ଅଦ୍ୟ ତାରିଖରେ ବିଭିନ୍ନ ଓଡ଼ିଆ ଖବର କାଗଜରେ ପିଲାଟି ନିଖୋଜ ଥିବା ଖବର ପ୍ରକାଶ ହେବାପରେ ରିଆଜ ଅହମ୍ମଦଙ୍କ ନଜରକୁ ଆସିଥିଲା। ସେ ତୁରନ୍ତ ଆଇ.ଆଇ.ସି, ଭଣ୍ଡାରୀ ପୋଖରୀ ସୁକାନ୍ତି କେରେଇଙ୍କ ସେଙ୍ଗ େଯାଗାେଯାଗ କରି ଜଣାପଡ଼ିଲା େଯ, ନାବାଳକର ଘର ମଞ୍ଜୁରୀରୋଡ଼ ଓ ତା’ର ମାଆ ମଙ୍ଗୁଳି ମୁଣ୍ଡାଙ୍କ ଏତାଲା ମୂଳେ ଗତ ୪.୧୧.୧୯ତାରିଖରେ କେସ ନଂ ୧୮୭/୧୯ ଭଣ୍ଡାରିପୋଖରୀ ଥାନାରେ ରୁଜୁ ହୋଇଛି।
Related Stories
August 25, 2025
August 25, 2025
August 25, 2025